ଅଭିଷେକ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ଆଜି ନେଗେଟିଭ୍‌ ଆସିଛି। ସୋସିଆଲ ମିଡିଆରେ ଏ ସଂପର୍କରେ ପୋଷ୍ଟ କରି ଅଭିଷେକ ସୂଚନା ଦେଇଥିବା ବେଳେ ଲେଖିଛନ୍ତି ଏବେ ମୁଁ ଘରକୁ ଯିବାକୁ ସକ୍ଷମ ହୋଇଥିବାରୁ ଖୁସି।

ସୂଚନା ଯୋଗ୍ୟ ଗତ ଜୁଲାଇ ୧୧ ତାରିଖରେ ଅଭିଷେକଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରାୟ ଏକ ମାସଧରି ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଶନିବାର ଅପରାହ୍ନରେ ସୋସିଆଲ ମିଡିଆ ପୋଷ୍ଟରେ ଏହି ଖବର ସହିତ ଅଭିଷେକ ଆଇସୋଲେସନ୍‌ ୱାର୍ଡ ଭିତରୁ ତାଙ୍କ ସ୍ୱାସ୍ଥ୍ୟ ବୋର୍ଡର ଏକ ଫଟୋ ସେୟାର କରି ଲେଖିଛନ୍ତି: ମୁଁ ଆପଣଙ୍କୁ କହିଲି ! ଡିସଚାର୍ଜ ଯୋଜନା: ହଁ ! ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି। ଆପଣମାନଙ୍କର ପ୍ରାର୍ଥନା ଓ ସଦିଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଘରକୁ ଯାଇଥିବାରୁ ମୁଁ ବହୁତ ଖୁସି। ଏହାଛଡା ଡାକ୍ତରଖାନାର ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ମତାମତ ଦିଅନ୍ତୁ ।