ଅଦା ଚୋପା ବଢାଏ ରୋଗ ପ୍ରତିରୋଧକ ଶକ୍ତି

ରୋଷେଇ ପାଇଁ ବ୍ୟବାହାର ହେଉଥିବା ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଅଛି ଭିଟାମିନ୍, କ୍ୟାଲସିୟମ୍, ପୋଟାସିୟମ୍, କପର୍, ମ୍ୟାଗ୍ନେସିୟମ୍, ଆଇରନ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ। ଅଦା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। କିନ୍ତୁ ମହିଳାମାନେ ରୋଷେଇ ସମୟରେ ଅଦା ଚୋପାକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାନ୍ତି। ହେଲେ ଅଦା ପରି ଏହାର ଚୋପା ମଧ୍ୟ ପୋଷକ ତତ୍ତ୍ୱରେ ଭରପୂର। ଆସନ୍ତୁ ଜାଣିବା ଏହାକୁ କିପରି ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ।

୧- ପୁଷ୍ଟିକର ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ଅଦା ଚୋପା ଇମ୍ୟୁନିଟି ଷ୍ଟ୍ରଙ୍ଗ୍ କରିବାରେ ସାହାଯ୍ୟ କରିଥାଏ। ଏଥିସହ ପାଚନ ତନ୍ତ୍ର ମଜବୁତ କରେ। ପେଟ ଯନ୍ତ୍ରଣା, ହଜମ, ଅମ୍ଳତା ଭଳି ସମସ୍ୟାକୁ ଦୁର କରିଥାଏ ସହାୟତା। ଅଦା ଚୋପାକୁ ଧୋଇ ପାଣିରେ ଫୁଟାଇ ଚା ’ପ୍ରସ୍ତୁତ କରି ପିଇଲେ ମଧ୍ୟ ଏହା ଭଲ କାମ କରିଥାଏ।

୨- ବ୍ରୋକୋଲି ଓ ଫୁଲକୋବି ଇତ୍ୟାଦି ପନିପରିବାକୁ ଷ୍ଟିମ୍ କରିବା ପୂର୍ବରୁ ସେଥିରେ ଅଦା ଚୋପା ପକାନ୍ତୁ। ଏହା ତରକାରୀକୁ ସ୍ୱାଦୀଷ୍ଟ ହୋଇଥାଏ।

୩- ଅଦା ଚୋପାକୁ ସୁପରେ ମିଶାଇଲେ ସ୍ୱାଦ ବଢିବ। ଏଥିପାଇଁ ଅଦା ଚୋପାକୁ ପନିପରିବା ସହିତ ଫୁଟାଇ ସୁପ୍ ପ୍ରସ୍ତୁତ କରି ପିଅନ୍ତୁ।

୪- କାଶରୁ ମୁକ୍ତି ପାଇବା ପାଇଁ ଅଦାର ଚୋପାକୁ ଖରାରେ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ। କାଶ ହେଲେ ସମାନ ପରିମାଣର ଅଦା ପାଉଡର ଓ ମହୁ ମିଶାଇ ଏହାକୁ ଉଷୁମ ପାଣିରେ ଦିନକୁ ଦୁଇ ଥର ପିଅନ୍ତୁ। କିଛିଦିନ ଏପରି ପିଇବା ଦ୍ୱାରା କାଶ, ଥଣ୍ଡା ଓ ଗଳା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

୫- ଅଦା ଚୋପାକୁ ଉଦ୍ଭିଦର କମ୍ପୋଷ୍ଟ ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବେ। ତେଣୁ ଅଦା ଚୋପାକୁ ବାହାରେ ନ ପକାଇବା ଖତ ପରି ଉଦ୍ଭିଦ ମୁଳରେ ବ୍ୟବହାର କରନ୍ତୁ। ଏଥିରେ ଅଧିକ ଫସଫରସ୍ ରହିଥିବାରୁ ଫୁଲକୁ ଶୀଘ୍ର ବଢିବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *

Back to top button