Breaking Newsବିଚିତ୍ରା

ଅଧିକ ଥର ଟଏଲେଟ୍ ଗଲେ ଜରିମାନା

ବେଜିଂ : ବିଚିତ୍ର ନିୟମ ଦିନକୁ ଗୋଟିଏ ଥର ଟଲଲେଟ୍ ଯିବାକୁ ରହିଛି ଅନୁମତି। ଅଧିକ ଗଲେ ଜରିମାନା ଦେବାକୁ ପଡିବ। ଏପରି ନିୟମ କରିଛି ଚୀନର ଅନପୁ ଇଲେକ୍ଟ୍ରିକସ୍ ସାଇନ୍ସ ଆଣ୍ଡ ଟେକ୍ନୋଳୋଜି କମ୍ପାନୀ।

ଗୁଆଙ୍ଗଡଙ୍ଗ ରାଜ୍ୟର ଡଙ୍ଗ୍ ଗୁଆଙ୍ଗରେ ଥିବା ଏହି କମ୍ପାନୀର ନିୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। କମ୍ପାନୀ ନିୟମ ଅନୁଯାୟୀ କୌଣସି କର୍ମଚାରୀ ଦିନକୁ ଗୋଟିଏ ଥରରୁ ଅଧିକ ଟଏଲେଟ୍ ଯାଆନ୍ତି ତେବେ ତାଙ୍କୁ ପ୍ରତ୍ୟେକ ଥର ପାଇଁ ୨୦ ୟୁଆନ୍ ଅର୍ଥାତ ୩ ଡଲାର (୨୨୦ ଟଙ୍କା) ଫାଇନ ଦେବାକୁ ପଡିବ। କମ୍ପାନୀ କାମରୁ ଖସିବା ପାଇଁ ଯେଉଁ ଅଳସୁଆ କର୍ମଚାରୀମାନେ ବାରମ୍ବାର ଟଏଲେଟ୍ ଯାଉଥିଲେ ସେମାନଙ୍କ ଲାଗି କମ୍ପାନୀ ଏହି ପଦକ୍ଷେପ ନେଇଛି।

କମ୍ପାନୀ ଜାରି କରିଥିବା ନୋଟିସକୁ କିଛି କର୍ମଚାରୀ ସୋସିଆଲ ମିଡିଆରେ ଭାଇରାଲ କରିବାରୁ ୭ ଜଣ କର୍ମଚାରୀଙ୍କୁ ୨୦ ଓ ୨୧ ଡିସେମ୍ବରରେ ବିଦା ହେବାକୁ ପଡିଛି। ସୋସିଆଲ ମିଡିଆରେ ଏହି ବିଚିତ୍ର ନିୟମକୁ ନେଇ ସମାଲୋଚନା ହେବାରୁ କମ୍ପାନୀର ମୁଖପାତ୍ର କହିଛନ୍ତି ଆମେ ଏଭଳି କରିବାକୁ ବାଧ୍ୟ ହୋଇଛୁ। କାରଣ ଆମ କମ୍ପାନୀର କର୍ମଚାରୀ ଅଳସୁଆ ପ୍ରକୃତିର। ସେମାନେ କାମରୁ ବଞ୍ଚିବା ପାଇଁ ବାରମ୍ବାର ଟଏଲେଟ୍ ଯାଉଥିଲେ। ସେଥିପାଇଁ ଏହି ନିୟମ କରାଯାଇଛି।

ମତାମତ ଦିଅନ୍ତୁ ।

Back to top button