Breaking Newsଅପରାଧ

ଶବ ବ୍ୟବଚ୍ଛେଦ ରିପୋର୍ଟ: ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କର ମୃତ୍ୟୁ ହୋଇଛି

ଭୁବନେଶ୍ୱର : ସାମାଜିକ କର୍ମୀ ଆଦିତ୍ୟଙ୍କ ମୃତ୍ୟୁର ସଠିକ୍ ତଦନ୍ତ କରାଯାଉ। ସୋଶାଲ ମିଡିଆରେ ଏପରି ଦାବି ଉଠୁଥିବା ବେଳେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଥିବା ବେଳେ ଏହାକୁ ନେଇ ଜିଆରପି ଅଧିକ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆଦିତ୍ୟଙ୍କୁ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପିପୁଲ ଫର୍ ସେବାର କେତେଜଣ ସଦସ୍ୟ। ସଂଗଠନର ସମସ୍ତ କର୍ମୀ ନିଜ ଅଭିଯୋଗ ନେଇ ଗତକାଲି ଥାନା ସମ୍ମୁଖରେ ଧାରଣା ଦେବା ପରେ ଆଜି ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛି। ଜବତ ଡାଏରୀରେ ଡୋନେସନ୍ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚର ପୋଲିସ ଖୋଳତାଡ଼ କରୁଛି। ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମୋବାଇଲ ଜବତ କରି ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ କଲ୍ ଡିଟେଲସ୍ ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ଭାଇରାଲ୍ ହୋଇଛି। ଏଥିରେ ଆଦିତ୍ୟ ଲେଖିଛନ୍ତି ଏ ଦେଶର ଯୁବକ ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କର ନ ହେଲେ ବଞ୍ଚିବା ମୁସ୍କିଲ କରିଦେବେ। ଏହାଛଡା ଓଡ଼ିଶାରୁ ମଦ ହଟିଲେ ମୋ ଆତ୍ମାକୁ ଚିର ଶାନ୍ତି ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏସବୁକୁ ଦେଖିଲେ ଆଦିତ୍ୟଙ୍କ ମୃତ୍ୟୁନୁ ନେଇ ଅନେକ ପ୍ରଶ୍ନ ଉଠୁଛି। ତଦନ୍ତ ପରେ ପ୍ରକୃତ କଥା ଲୋକ ଲୋଚନକୁ ଆସିବ।

ମତାମତ ଦିଅନ୍ତୁ ।

Back to top button