ଆଦିତ୍ୟ-ଶ୍ୱେତାଙ୍କ ଲିପ୍‌ କିସ୍‌ ଫଟୋ ଭାଇରାଲ୍‌

ମୁମ୍ବାଇ : ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଆଜି ହେଉଛି କିସ୍‌ ଡେ ବା ଚୁମ୍ୱନ ଦିବସ । ଏହି ଦିନକୁ ପ୍ରେମୀଯୁଗଳ ନିଜ ନିଜ ପସନ୍ଦ ମୁତାବକ ପାଳନ କରିଥାନ୍ତି । ନୂଆ କରି ବିବାହ କରିଥିବା ବଲିଉଡ୍‌ ଦମ୍ପତି ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ୍‌ ବିବାହର ପ୍ରଥମ ଭ୍ୟାଲେଣ୍ଟାଇନ୍‌ ସପ୍ତାହକୁ ସ୍ୱତନ୍ତ୍ର ଭାବେ ପାଳନ କରୁଛନ୍ତି । କିସ୍‌ ଡେ ରେ ପତ୍ନୀଙ୍କ ସହିତ ଲିପ୍‌ଲକ୍‌ କରୁଥିବାର ଫଟୋକୁ ଆଦିତ୍ୟ ସୋସାଲ୍‌ ମିଡିଆରେ ଛାଡ଼ିଛନ୍ତି । ଯାହାକୁ ନେଇ ଦର୍ଶକ ଉଭୟଙ୍କ ଭିତରେ ଥିବା ଭଲପାଇବାକୁ ବେଶ୍‌ ପସନ୍ଦ କରିଛନ୍ତି ।

आद‍ित्य नारायण-श्वेता अग्रवाल

ଆଦିତ୍ୟ ନାରାୟଣ ଶ୍ୱେତାଙ୍କ ସହିତ କିସ୍‌ କରୁଥିବା ସମୟର ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ୍‌ ହୋଇଛି । ଏହାର କ୍ୟାପ୍‌ସନ୍‌ରେ ସେ ମଜାଳିଆ କଥା ଲେଖିଛନ୍ତି । ହାପି କିସ୍‌ ଡେ…ଜୀବନ ଛୋଟ… ତୁମକୁ ପ୍ରେମ କରୁଥିବା ଲୋକଙ୍କୁ ଖୋଜ ଏବଂ ପ୍ରତ୍ୟେକଦିନ କିସ୍‌ ନିଅ ଏବଂ ଦିଅ ବୋଲି ସେ ଏହି କ୍ୟାପସନ୍‌ରେ ଲେଖିଛନ୍ତି । ଆଦିତ୍ୟଙ୍କ ଏହି ଫଟୋରେ କମେଡି କ୍ୱିନ୍‌ ଭାରତୀ ସିଂ ମଜାଳିଆ ଭାବେ କମେଣ୍ଟ୍‌ କରି କହିଛନ୍ତି ଯେ, ଏଇ ଝିଅ କିଏ ।

ଏଥି ସହିତ, ଆଦିତ୍ୟ ଇନଷ୍ଟା ଷ୍ଟୋରୀ ଉପରେ ତାଙ୍କ ପ୍ରଶ୍ନ ଏବଂ ଉତ୍ତର ସେସନ୍‌ରେ ଅନେକ ମଜାଦାର ପ୍ରଶ୍ନର ଉତ୍ତର ଦେଇଛନ୍ତି । ବିବାହ ବେଳେ ଏବଂ ବିବାହ ପରେ, ଶ୍ୱେତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଥିଲେ । ଫଟୋକୁ ଦେଖି ଏହା ଅନୁମାନ କରାଯାଇପାରେ ଯେ ଏହା ସେମାନଙ୍କ ଛୁଟିଦିନର ଚିତ୍ର ।

ଏହି ସପ୍ତାହର ଶେଷଦିନ ଅର୍ଥାତ ଭାଲେଣ୍ଟାଇନ୍ସ ଡେ’ରେ ଆଦିତ୍ୟ ମଧ୍ୟ ଶ୍ୱେତାଙ୍କ ପାଇଁ କିଛି ଖାସ୍‌ ଯୋଜନା କରିଥିବା ସୂଚନା ଦେଇଛନ୍ତି । ଏହି ଏହି ଖାସ୍‌ ସର୍‌ପ୍ରାଇଜ୍‌ କ’ଣ, ତାହା କେବଳ ୧୪ ଫେବୃଆରୀରେ ଜଣା ପଡିବ । ଏଥିରେ, ଆଦିତ୍ୟ ତାଙ୍କର ପ୍ରଥମ କ୍ରସ୍ ଏବଂ ଆଗାମୀ ପ୍ଲାନିଂ ଗୁଡ଼ିକ ବିଷୟରେ ମଧ୍ୟ କହିଥିଲେ ।

Leave a Reply

Your email address will not be published. Required fields are marked *

Back to top button