ଅଫିସରଙ୍କ ଶ୍ୱଶୁର ଦ୍ଵାରା ନାବାଳିକା ଗର୍ଭବତୀ

ଭୁବନେଶ୍ୱର : ରାଜଧାନୀର ଜଣେ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତସତ୍ତ୍ୱା ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରିଛି।

ଖବର ଅନୁଯାୟୀ ବାଲିଚନ୍ଦ୍ରପୁର ଅଞ୍ଚଳରେ ଜୈନେକ ଆଦିବାସୀ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ କାମ ଦେବାକୁ ଭୁବନେଶ୍ଵର ଆଣିଥିଲେ। ସେ ରାଜଧାନୀରେ ବସବାସ କରୁଥିବା ପୃଷ୍ଟି ବାବୁଙ୍କ ଘରେ ୩୦୦୦ ଟଙ୍କା ବେତନରେ କାମଧନ୍ଦା କରିବାକୁ ଛାଡିଥିଲେ। କିନ୍ତୁ ଆଦିବାସୀ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ପୃଷ୍ଟି ବାବୁଙ୍କ ଶ୍ୱଶୁର ଧମକ ଚମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଦଶହରା ବେଳେ ପୀଡ଼ିତା ନିଜ ଘରକୁ ଆସିଥିବା ବେଳେ ପରିବାର ଲୋକ ଘଟଣା ସଂପର୍କରେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ।

ମତାମତ ଦିଅନ୍ତୁ ।