ଅବୈଧ ସମ୍ପର୍କ: ଝିଅ ଓ ସ୍ୱାମୀର ଜୀବନ ଗଲା

ହାଇଦ୍ରାବାଦ୍‌: ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ ଚାଲିଥିଲା ହସ ଖୁସିର ସଂସାର । ସ୍ୱାମୀ ପଂଚାୟତ ସେକ୍ରେଟାରୀ ଥିବାବେଳେ ଅଂଚଳରେ ଭଲ ଖାତିର ରହିଥିଲା । ଲୋକମାନେ ସେମାନଙ୍କର ସୁଖିପରିବାର ଉଦାହରଣ ଦେଉଥିଲେ । ମାତ୍ର ହଠାତ୍ ଏମିତି ଗ୍ରହଣ ଲାଗିଗଲା ଯେ ସମ୍ପୂର୍ଣ୍ଣ ପରିବାର ଛାରଖାର ହୋଇଗଲା । ଦେଖୁଦେଖୁ ସ୍ୱାମୀ ଓ ଅବୋଧ ଶିଶୁ କନ୍ୟାର ଜୀବନ ଚାଲିଗଲା ଆଉ ଏମାନଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଜେଲ୍ ଗଲେ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରୁ ।
ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ କଲ୍ୟାଣ ରାଓଙ୍କର ସୁଖ ଶାନ୍ତିର ପରିବାର ଚାଲିଥିଲା । ତେବେ ହଠାତ୍ ଦିନେ କଲ୍ୟାଣ ଘରେ ପହଁଚି ଦେଖିଥିଲେ ତାଙ୍କର ଝିଅ ଆଉ ଏ ଦୁନିଆରେ ନାହିଁ । ଏଭଳି ଆଘାତକୁ ବରଦାସ୍ତ କରି ନ ପାରି କଲ୍ୟାଣ ଟ୍ରେନ୍ ଆଗକୁ ଡେଇଁ ନିଜ ଜୀବନକୁ ଶେଷ କରିଦେଇଥିଲେ । ପରେ ପୁଲିସ୍ ଘଟାସ୍ଥଳରେ ପହଁଛି ତଦନ୍ତ କରିବା ସହ କଲ୍ୟାଣଙ୍କ ସ୍ତ୍ରୀଙ୍କୁ ଗିରଫ କରିଥିଲା । ଏ ସମ୍ପର୍କରେ ଅଧିକ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା ।
କଲ୍ୟାଣ ଅଧିକାଂଶ ସମୟ ବାହାରେ ରହୁଥିବାବେଳେ ଝିଅ ଦିନରେ ସ୍କୁଲ ପଳାଉଥିଲା । ଫଳରେ ସ୍ତ୍ରୀ ଅନୁଷା ଘରେ ଏକୁଟିଆ ରହି ବୋର୍ ହୋଇଯାଉଥିଲେ । ଏଥିପାଇଁ ଫେସବୁକ୍‌ରେ ନିଜର ଏକ ଆକାଉଁଟ ଖୋଲିଥିଲେ । ଏଇଠି ତାଙ୍କର ବନ୍ଧୁତ୍ୱ ହୋଇଥିଲା କରୁଣାକର ଓ ରାଜଶେଖରଙ୍କ ସହିତ । ଉଭୟଙ୍କ ସହିତ ଅନୁଷାଙ୍କର ଘନିଷ୍ଠତା ବଢ଼ିବାକୁ ଲାଗିଥିଲା । ଧୀରେ ଧୀରେ ଅନୁଷା ଉଭୟଙ୍କ ସହ ଅବୈଧ ସମ୍ପର୍କ ରଖିବାକୁ ଲାଗିଲେ । ଏହାର ପ୍ରଭାବ ପରିବାର ଉପରେ ପଡ଼ିବାକୁ ଲାଗିଲା । ଅନୁଷା ଅନେକ ସମୟରେ ଘରେ ଅନୁପସ୍ଥିତ ରହିବାକୁ ଲାଗିଲେ । ତେବେ କରୁଣାକର ଓ ରାଜଶେଖରଙ୍କୁ ଅଲଗା ଅଲଗା ଭେଟିବାକୁ ଯାଉଥିଲେ ଅନୁଷା । ଦିନେ ଅନୁଷାଙ୍କ ଘରକୁ ରାଜଶେଖର ଯାଇଥିବାବେଳେ ହଠାତ୍ ସେଠାରେ କରୁଣାକର ପହଁଚିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ଝିଅ ସ୍କୁଲର ପହଁଚିଯିବାରୁ କରୁଣାକର ଉତ୍‌କ୍ଷୀପ୍ତ ହୋଇ ଝିଅର ତଂଟି ଚିପି ଦେଇଥିଲେ । ପରେ ୩ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପୋଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଅନୁଷା ପରେ କରୁଣାକର ଓ ରାଜଶେଖରଙ୍କୁ ଗିରଫ କରିଛି ।

ମତାମତ ଦିଅନ୍ତୁ ।