ଅଗଷ୍ଟ ୧୫ ଯାଏ ପାରାଦୀପ ତୈଳ ବିଶୋଧନାଗାର ସଟ୍‌ଡାଉନ୍‌ ହେବ

ପାରାଦୀପ : ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପାରାଦୀପ ଠାରେ ଥିବା ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାରକୁ ସଟ୍‌ଡାଉନ୍‌ କରାଯିବ। ଏହି ନିଷ୍ପତ୍ତି ହୋଇଥବା ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ତୈଳ ବିଶୋଧନାଗାରକୁ ସଟ୍‌ଡାଉନ୍ କରାଯିବ। ୨୦୧୮ ମାର୍ଚ୍ଚ ପରଠାରୁ ମେଣ୍ଟେନାନ୍ସ ହୋଇନଥିବାରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମେଣ୍ଟେନାନ୍ସ କାର୍ଯ୍ୟରେ ତୈଳ ବିଶୋଧନାଗାର ନିକଟରେ ଥିବା ଆଖପାଖ ଗାଁର ୭ଶହରୁ ୮ଶହ ଲୋକ ନିୟୋଜିତ ହେବେ। ସଟ୍‌ଡାଉନ୍‌ ସମୟରେ ଭିଡ଼ ଏଡାଇବାକୁ ସେଠାରେ ୧୪୪ ଧାରା ଲାଗୁ ହେବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।