Breaking Newsରାଜ୍ୟ

ଅଗଷ୍ଟ ୧୪ ଯାଏ ସ୍କୁଲରେ ହେବ ନାମଲେଖା

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ସ୍କୁଲ୍‌ରେ ନାମଲେଖା ତାରିଖ ସମୟ ସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ଏହି ସୂଚନା ମିଳିଛି। ପୂର୍ବରୁ ଜୁନ୍ ୮ରୁ ନାମଲେଖା ଆରମ୍ଭ କରି ଜୁଲାଇ ୧୫ ଭିତରେ ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ନାମଲେଖାରୁ ଛାତ୍ରଛାତ୍ରୀମାନେ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ନାମଲେଖା ସମୟ ଅବଧିକୁ ଅଗଷ୍ଟ ୧୪ ଯାଏ ବୃଦ୍ଧି କରାଯାଇଛି।

ମତାମତ ଦିଅନ୍ତୁ ।

Back to top button