କପଡ଼ା ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍‌: ୪ ମୃତ

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଥିବା ଏକ କପଡ଼ା ଫ୍ୟାକ୍ଟ୍ରିର କେମିକାଲ ଟ୍ୟାଙ୍କରୁ ବିଷାକ୍ତ ଗ୍ୟାସ ଲିକ୍ ହେବାର ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଅହମଦାବାଦ ସ୍ଥିତ ଢୋଲକାସ୍ଥିତ ଚିରିପାଲ ଗ୍ରୁପର ଫେବ୍ରିକ୍ ୟୁନିଟ୍‌ରେ ଘଟିଥିଲା । ଅହମଦାବାଦ ରୁରାଲର ପୋଲିସ ଅତିରିକ୍ତ ଏସ୍‌ପି ନିତେଶ ପାଣ୍ଡେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରମିକମାନେ ଏହି ଟ୍ୟାଙ୍କକୁ ସଫା କରୁଥିବାବେଳେ ସେଥିରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଫଳରେ ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଏଫ୍‌ଆଇଆର୍ ରୁଜୁ ହୋଇଥିବାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ମତାମତ ଦିଅନ୍ତୁ ।