ଅଜଣାଗାଡି ଧକ୍କାରେ ବାଇକ ଆରୋହୀ ମୃତ୍ୟୁ

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଭାଲୁକୁମା ଗ୍ରାମର ଭାଗିରଥି ପଲେଇଙ୍କର ଅଜଣା ଗାଡି ଧକ୍କାରେ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ଭାଗିରଥି ଗତକାଲି ଗୋହିରା ହାଟକୁ ଯାଇ ସନ୍ଧ୍ୟାରେ ବାଇକଯୋଗେ ଘରକୁ ଫେରୁଥିଲେ। ଘସିପୁରା ଥାନା୨୦ ନଂ ଜାତୀୟ ରାଜପଥ କଲରାଗଡ଼ିଆ ଛକ ନିକଟରେ କେନ୍ଦୁଝର ଆଡ଼ୁ ଆସୁଥିବା ଏକ ଗାଡି ଧକ୍କାଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘସିପୁରା ପୋଲିସ ମୃତଦେହ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲା। କିନ୍ତୁ ରାତିରେ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ ଘସିପୁରା ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button