ଅଜିତ୍ ମଙ୍ଗରାଜ ପିପିଲିରୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ ଅଜିତ୍ ମଙ୍ଗରାଜ୍ଙ୍କୁ କଂଗ୍ରେସ୍ ଦଳୀୟ ପ୍ରାର୍ଥୀ କରିଛି। ଅଖିଳ ଭାରତୀୟ କଂଗ୍ରେସ୍ କମିଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଜିତ୍ଙ୍କ ନାଁରେ ମାରିଛନ୍ତି ମୋହର୍।
ସୂଚନାଯୋଗ୍ୟ ପିପିଲି ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ୍ ପକ୍ଷରୁ ୩ ଜଣ ଜଣଙ୍କ ନାଁକୁ ସୁପାରିସ କରଯାଇଥିଲା। କଂଗ୍ରେସ୍ ହାଇକମାଣ୍ଡ ସୋନିଆ ଗାନ୍ଧୀ ଶେଷରେ ଅଜିତ୍ ମଙ୍ଗରାଜ୍ଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ୍ ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ବଦଳରେ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏଥର ଦଳ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି।