ଅଯୋଧ୍ୟାରେ ନାଗାସାଧୁଙ୍କୁ ଇଟାରେ ଛେଚି ହତ୍ୟା

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟାରେ ଜଣେ ନଗାସାଧୁଙ୍କୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ମୃତଦେହକୁ ପେଷ୍ଟମର୍ଟମ ପାଇଁ ପଠାଯାଇଛି।

ଖବର ଅନୁଯାୟୀ ଅଯୋଧ୍ୟା କେଟୱାଲୀର ରାଇଗଞ୍ଜ ଚାକି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ ଘଟିଛି। ଚରଣ ପାଦୁକା ଆଶ୍ରମରେ ୪୫ ବର୍ଷିୟ ନାଗାସାଧୁ କହ୍ନୈୟା ଦାସ ଶିଷ୍ୟ ଭାବେ ରୁହନ୍ତି। କିନ୍ତୁ ଗୁଲଚମାନ ବାଗ ହନୁମାନଗଢୀ ଥାନା ଅଂଚଳରେ ମୃତଦେହଟି ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା। ରାତିରେ ଶୋଇଥିବା ସମୟରେ ତାଙ୍କ ମୁଣ୍ଡକୁ ଇଟାରେ ଆଘାତ କରଯାଇଥିଲା। ସ୍ଥାନୀୟ ସାଧୁମାନେ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ନାଗା ଭିକ୍ଷୁମାନେ ବହୁ ସଂଖ୍ୟାରେ ସେଠାରେ ଏକତ୍ରିତ ହୋଇଥିବାରୁ ପୋଲିସ ଫୋର୍ସ ସହିତ ଏସପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ।

ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଗେଲୁ ଦାସ ଓରଫ ଶଶିକାନ୍ତ ଦାସଙ୍କ ଗିରଫ କରିଛି। ଗେଲୁ ଦାସ ହେଉଛନ୍ତି ମୃତଙ୍କର ଗୁରୁଭାଇ। ଘର ଓ ଜମିକୁ ନେଇ କହ୍ନୈୟା ଦାସଙ୍କ ସହ ତାଙ୍କର ବିବାଦ ରହିଥିଲା। ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ସିଟି ଏସପି ବିଜୟପାଲ ସିଂ କହିଛନ୍ତି ଏହି ହତ୍ୟାକାଣ୍ଡ ସଂପର୍କରେ କାଟୱାଲୀ ଥାନାରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଘର ଓ ଜମିକୁ ନେଇ ବିବାଦ ସାମ୍ନାକୁ ଆସିଛି। ତେଣୁ ଅଧିକ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button