ଅକ୍ଷୟ କୁମାର ଘୋଷଣା କଲେ ଆତ୍ମନିର୍ଭର ମଲ୍ଟିପ୍ଲେୟାର୍‌ ଗେମ୍ ‘ଫୌଜି’

ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାର ମଲ୍ଟିପ୍ଲେୟାର୍‌ ଗେମ୍ ‘ଫୌଜି’ ପ୍ରସ୍ତୁତି ଚାଲିଥିବା ବିଷୟରେ ଘୋଷଣା କରିଛନ୍ତି। ଅକ୍ଷୟ ଏହି ଆକ୍ସନ୍-ମଲ୍‌ଟିପ୍ଲେୟାର୍‌ ଗେମ୍‌ ଉପସ୍ଥାପନ କରିବେ ଓ ଖେଳାଳିମାନଙ୍କୁ ଆମ ଯବାନମାନଙ୍କ ବଳିଦାନ କଥା କହିବେ। ଏହି ଖେଳରୁ ଆସୁଥିବାର ନେଟ୍‌ ରାଜସ୍ଵର ୨୦% ‘ଭାରତ କେ ବୀର’ ଟ୍ରଷ୍ଟ୍‌କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଅକ୍ଷୟ କୁମାର ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖବର ସେୟାର୍‌ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଆନ୍ଦୋଳନକୁ ସମର୍ଥନ କରି ମଲ୍‌ଟିପ୍ଲେୟାର୍‌ ଆକ୍ସନ୍ ଗେମ୍‌ ‘ଫିୟର୍‌ଲେସ୍ ଆଣ୍ଡ୍‌ ୟୁନାଇଟେଡ୍‌-ଗାର୍ଡସ୍‌’ (ଫୌଜି) ଉପସ୍ଥାପନ କରୁଥିବାରୁ ଗର୍ବିତ। ତେବେ ‘ଫୌଜି’ ସମ୍ବନ୍ଧୀୟ ଅଧିକ ବିବରଣୀ ମିଳିନାହିଁ। ବୁଧବାର ‘ପବ୍‌ଜି’ ସମେତ ୧୧୭ଟି ଅନ୍ୟାନ୍ୟ ମୋବାଇଲ୍ ଆପ୍‌ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ‘ଫୌଜି’ ଖେଳ ଘୋଷଣା କରାଯାଇଛି।

ମତାମତ ଦିଅନ୍ତୁ ।