ଅକ୍ସିଜେନ୍‌ ଅଭାବ : ଗୋଲ୍‌ଡେନ୍‌ ହସ୍ପିଟାଲ୍‌ରେ ୨୦ ରୋଗୀ ମୃତ

0

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳର ଜୟପୁର ଗୋଲ୍‌ଡେନ୍‌ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ଅଭାବରୁ ୨୦ଜଣ ବ୍ୟକ୍ତି ପ୍ରାଣ ଯାଇଛି। ଗତକାଲି ଏହି ଘଟଣା ଘଟିଥିବା ହସ୍ପିଟାଲ୍‌ର ନିର୍ଦେଶକ ଡାକ୍ତର ଡି କେ ବାଲୁଜା କହିଛନ୍ତି।

ଡାକ୍ତର ବାଲୁଜା ଗଣମାଧ୍ୟମକୁ କହିଛନ୍ତି କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ରେ ହାଇ ଫ୍ଲୋ ଅକ୍ସିଜେନ୍‌ରେ ଥିବା ୨୦ଜଣ ରୋଗୀଙ୍କୁ ଆମେ ହରାଇଛୁ। ରାତି ୧୦ ସୁଦ୍ଧା ଆମର ଅକ୍ସିଜେନ୍‌ ଶେଷ ହୋଇଯିବାରୁ ରୋଗୀମାନଙ୍କୁ ବଞ୍ଚାଇବା ସମ୍ଭବପର ହେଲା ନାହିଁ। ସେ କହିଛନ୍ତି ସରକାର ଆମ ପାଇଁ ୩.୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଆବଣ୍ଟନ କରିଥିଲେ। ସନ୍ଧ୍ୟା ୫ଟା ସୁଦ୍ଧା ତାହା ଆମ ପାଖରେ ପହଞ୍ଚିବାର ଥିଲା। କିନ୍ତୁ ରାତି ଅଧରେ ପହଞ୍ଚିଲା ବେଳକୁ ରୋଗୀଙ୍କର ମୃତ୍ୟୁ ହୋଇସାରିଥିଲା। ଏହାଛଡା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୨୧୫ଜଣ କୋଭିଡ୍‌ ରୋଗୀଙ୍କ ଅବସ୍ଥା ଜଟିଳ। ସେମାନଙ୍କ ପାଇଁ ଅମ୍ଳଜାନ ଜରୁରୀ ବୋଲି ସେ କହିଛନ୍ତି।

Leave A Reply

Your email address will not be published.