ଅକ୍ସିଜେନ୍‌ ଲିକ୍‌ : ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନାଶିକ : ମହାରାଷ୍ଟ୍ରର ନାଶିକରେ ଅଘଟଣ। ହସ୍ପିଟାଲ୍‌ରେ ଅମ୍ଳଜାନ ଟ୍ୟାଙ୍କର ଲିକ୍‌ ଯୋଗୁ ଭେଣ୍ଟିଲେଟର୍‌ରେ ଥିବା ୨୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଅମ୍ଳଜାନ ଲିକ୍‌ର ଭିଡିଓ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ଭିଡିଓରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ମହରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ନାଶିକର ଡା ଜାକିର ହୁସେନ ଏନଏମସି ହସ୍ପିଟାଲରେ ଏହି ଘଟଣା ଘଟିଛି। ଅମ୍ଳଜାନ ଟ୍ୟାଙ୍କରରେ ଭର୍ତ୍ତି ହେବା ବେଳେ ଏହା ଲିକ୍‌ ହେବାରୁ ଚାରିଆଡ଼େ ବ୍ୟାପୀ ଯାଇଥିଲା। ସେଠାରେ ୧୭୧ ଜଣ ରୋଗୀ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଥିଲେ। ଟ୍ୟାଙ୍କରର ଭାଲଭେସ ସମସ୍ୟା ଥିବାରୁ ଅମ୍ଳଜାନ ଲିକ୍‌ ହୋଇଥିଲା ବୋଲି ଶ୍ରୀ ଟୋପେ କହିଛନ୍ତି। ହସ୍ପିଟାଲଟି ନାଶିକ ମ୍ୟୁନସିପାଲଟି କର୍ପୋରେସନ୍‌ ଦ୍ୱାରା ପରିଚାଳିତ ହେଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button