ଅକ୍ସିଜେନ୍ ଉତ୍ପାଦନ, ପରିବହନ ଓ ଯୋଗାଣରେ ଏସମା ଲାଗୁ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଛି। ଏହିଭଳି ସମୟରେ ଦେଖାଦେଛି ଅକ୍ସିଜେନ୍ ଅଭାବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅକ୍ସିଜେନ ଉତ୍ପାଦନ, ପରିବହନ ଓ ଯୋଗାଣ ସେବାକୁ ଏସମା ପରିସରଭୁକ୍ତ କରିଛନ୍ତି। ଫଳରେ ଏହି ସେବା ସହ ଜଡ଼ିତ ବ୍ୟକ୍ତିମାନେ ଧାରଣା କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣକୁ ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ-୧୯୮୮ ଏବଂ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ଆଇନ-୨୦୨୦ ପରିସରଭୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button