ଅକ୍ଟୋବର ୧୨ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ଵର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ ) ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ଏହି ପରୀକ୍ଷା ଚଳିତ ବର୍ଷ ମଇ ମାସର ପ୍ରଥମ ସପ୍ତାହରେ ହେବାର ଥିଲା। କିନ୍ତୁ କୋଭିଡ-୧୯ ମହାମାରୀ ପାଇଁ ପରୀକ୍ଷାକୁ ସ୍ଥଗିତ ରଖା ଯାଇଥିଲା। ଏଥର ଓଜେଇଇ ପରୀକ୍ଷା ମୋଟ ୫୩ଟି ସେଣ୍ଟରରେ ଅନୁଷ୍ଠିତ ହେବ। ଏ ମଧ୍ୟରୁ ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ଦିଆଯାଇଛି।

ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ହେବ। ପ୍ରତ୍ୟେକ ଦିନ ପରୀକ୍ଷା ତିନୋଟି ସିଫ୍ଟରେ କରାଯିବ। ପରୀକ୍ଷାର କେଉଁ ସିପ୍ଟରେ କ’ଣ ଅଛି ତାର ସଂପୂର୍ଣ୍ଣ ସୂଚନା ସହିତ ରୋଲ୍ ନମ୍ବର, ସିଫ୍ଟ ଏବଂ ପରୀକ୍ଷା କେନ୍ଦ୍ର, ଆଡମିଟ୍ କାର୍ଡକୁ ଏହି ୱେବସାଇଟରୁ www.ojee.nic.in / www.odishajee.com) ସେପ୍ଟେମ୍ବର ୨୦୨୦ ଶେଷ ସୁଦ୍ଧା ଛାତ୍ରଛାତ୍ରୀ ଡାଉନଲୋଡ କରି ପାରିବେ। ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଉପରୋକ୍ତ ୱେବସାଇଟ ଖୋଲି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ହାସଲ କରିପାରିାବେ।

ମତାମତ ଦିଅନ୍ତୁ ।