ଅକ୍ଟୋବରରୁ ଟେଲିଭିଜନ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ମାସରୁ ଟେଲିଭିଜନ ମହଙ୍ଗା ହେବ। ଗତ ବର୍ଷ ଓପନ ସେଲ ପ୍ୟାନେଲରେ ୫ ପ୍ରତିଶତ ଆମଦାନୀ ଶୁଳ୍କ ରିହାତି ଦିଆଯାଇଥିଲା। ଯାହାର ଅବଧି ଚଳିତ ମାସ ଶେଷ ହେଉଛି। ଟିଭି ଉଦ୍ୟୋଗ ପୂର୍ବରୁ ଚାପରେ ରହିଥିବା ବେଳେ ପ୍ୟାନେଲ ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ତେବେ ଅର୍ଥ ମନ୍ତ୍ରାଳୟ ନେବ ଶେଷ ନିଷ୍ପତ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଆମଦାନୀ ଶୁଳ୍କ ବଢାଇବା ସପକ୍ଷରେ ଅଛି। ତେଣୁ ଆମଦାନୀ ଶୁଳ୍କ ବୃଦ୍ଧି ହେବ। ଫଳରେ ଏହା ଟିଭି ମେନ୍ୟୁଫେକଚରିଂରେ ବିନିଯୋଗ ବଢ଼ିବାରେ ସହାୟକ ହୋଇଛି। ସେଥିପାଇଁ ଦକ୍ଷିଣ କୋରିଆ କମ୍ପାନୀ ସେମସଙ୍ଗ ଭିଏତନାମରୁ ନିଜ ଉତ୍ପାଦନ ବ୍ୟବସାୟ ବନ୍ଦ କରି ଏବେ ଭାରତରେ ଉତ୍ପାଦନ କରିବ।

ଟିଭି କମ୍ପାନୀ କହିଛନ୍ତି ଦାମ୍ ବଢାଇବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ଯଦି ଶୁଳ୍କ ବୃଦ୍ଧି ନହୁଏ ତାହେଲେ କମ୍ପାନୀକୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ଏଥିରେ ଏଲଜି, ପାନାସନିକ୍, ଥମସନ୍ ଓ ସେନସୁଇ ରହିଛି। ଏହିସବୁ କମ୍ପାନୀ ଗୁଡିକର ସୂଚନା ହେଲା ଟିଭି ଦାମ୍ ପାଖାପାଖି ୪ ପ୍ରତିଶତ ଅର୍ଥାତ ୩୨ ଇଞ୍ଚ ଟିଭି ପାଇଁ ସର୍ବନିମ୍ନ ୬୦୦ ଟଙ୍କା ଓ ୪୨ ଇଞ୍ଚ ୧୨୦୦ ରୁ ୧୫୦୦ ଟଙ୍କା ବଢ଼ାଇ ଦିଆଯିବ। ଏହାଠାରୁ ବଡ ସ୍କ୍ରିନ୍ ଟିଭି ପାଇଁ ଆହୁରି ଅଧିକ ବଢିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।