ଅଳଙ୍କାର ଦୋକାନରୁ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବଡ ବଜାର ସୁନା ଦୋକାନରୁ ଲୁଟ ହୋଇଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଦୋକାନରେ ପଶି ଦୁର୍ବୃତ୍ତ ପ୍ରାୟ ଏକ କୋଟି ଟଙ୍କାର ସୁନା ଅଳଙ୍କାର, ହାଡ଼ଡିସ୍କ, ୨ ଗୋଟି ଆଇ ଫୋନ ଲୁଟିଛନ୍ତି। ଘର ମାଲିକ ସୁରେନ୍ଦ୍ର ନାୟକ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି। ଅତିରିକ୍ତ ଏସପି ତନାଘନା କରିଛନ୍ତି।

ଅପରପକ୍ଷରେ ଚୋରି ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଛି ପୁରୁଷୋତ୍ତମପୁର କପିଳେଶ୍ଵର ବଣିକ ସଂଘ। ଅଭିଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ଥାନା ସମ୍ମୁଖରେ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି।

ମତାମତ ଦିଅନ୍ତୁ ।