ଆଳି କୁମାରଟଙ୍କା ଗାଁକୁ ପୁଣି ୭ ଦିନ କଣ୍ଟେନମେଣ୍ଟ

ପଟ୍ଟାମୁଣ୍ଡାଇ : ଆଳିର ମାଣିକପାଟଣା ଗ୍ରାମରୁ ହାଇଦ୍ରାବାଦ ଓ ଦିଲ୍ଲୀ ଫେରନ୍ତା ଦୁଇ ପ୍ରବାସୀଙ୍କ ସହିତ ମାଳପାଟଣାରୁ ଜଣେ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆଳି ବ୍ଲକରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କୁମାରଟଙ୍କା ଗ୍ରାମକୁ ଆଜି ପୁଣି ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଖବର ଅନୁଯାୟୀ କୁମାରଟଙ୍କା ଗ୍ରାମର ୩୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ଏହି ଗ୍ରାମରୁ ୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୦ ତାରିଖ ଠାରୁ ଉକ୍ତ ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ସହିତ ସମସ୍ତ ପ୍ରବେଶପଥକୁ ସିଲ୍‌ କରାଯାଇଥିଲା।

ମତାମତ ଦିଅନ୍ତୁ ।