ଆଲିଙ୍ଗନ କରି ନିଦ୍ରା ଦେଉଛନ୍ତି ଯୁବତୀ

ନ୍ୟୁୟର୍କ: ସମସ୍ତେ ଚାହାନ୍ତି ପଇସା ରୋଜଗାର କରିବାକୁ । ଆଉ ଏଥିପାଇଁ ନୂଆ ନୂଆ ଉପାୟ ଖୋଜିଥାନ୍ତି । ଏମିତି ଏକ ନୂଆ କାମ ଆରମ୍ଭ କରିଛନ୍ତି ସାମୁଅଲ ନାମକ ଜଣେ ଯୁବତୀ । ଏହି ଯୁବତୀ ଆଲିଙ୍ଗନ କରି ଶୋଇବାର ଏକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି । ଆମେରିକାର ନ୍ୟୁୟର୍କରେ ଏମିତି କାମ ଆରମ୍ଭ କରିଛନ୍ତି ଏହି ଯୁବତୀ ଜଣଙ୍କ ।  ଏହି ଯୁବତୀ ଜଣଙ୍କ ସ୍ନଗଲିଙ୍ଗ ବୃତ୍ତିକୁ ଆପଣେଇଛନ୍ତି ଏବଂ ପ୍ରତିଘଣ୍ଟା ୩ ହଜାର ଟଙ୍କା ନେଉଛନ୍ତି । 

ସେ ପ୍ରତିଦିନ ଏମିତି ଭାବେ ଶୋଇବାରେ ପାଖାପାଖି ୧୪ ହଜାର ଟଙ୍କା କମାଇଥାନ୍ତି। ନ୍ୟୁୟର୍କର ରୋଚେଷ୍ଟରରେ ରହୁଥିବା ୩୨ ବର୍ଷିୟ ସାମୁଅଲ ବହୁତ ଅର୍ଥ ସମସ୍ୟାରେ ପଡ଼ିଥିଲେ । କାହା ପାଖରେ ହାତ ପତାଇ ମାଗିବା ଅପେକ୍ଷା ନିଜେ କିଛି କାମ କରିବାକୁ ଇଚ୍ଛା କଲେ ।  ଏପରି ପୁରୁଷଙ୍କ ସହ ଶୋଇବାକୁ ପ୍ରଫେସନ କରିନେଲେ । ତାଙ୍କର କହିବା ହେଲା ଏଥିରେ କିଛି ବି ଖରାପ ନୁହେଁ । ସେ ଗୋଟେ ସପ୍ତାହରେ ସୈନିକଙ୍କ ଠାରୁ ନେଇ ପେନସନର ଯାଏ , ପାଖାପାଖି ୩୦ଜଣ ପୁରଷଙ୍କ ସହ ଏହିଭଳି ସମୟ ବିତାଉଛନ୍ତି ।  

ଏହି ସମୟରେ କୌଣସି ବି ଅଶ୍ଳୀଳ କାମ କରିବାକୁ ବାରଣ କରିଛନ୍ତି । ଏହାସହ ଅଣ୍ଡରଗାର୍ମେଣ୍ଟ ପିନ୍ଧିଥିବା ଶରୀରର ସେହି ଅଂଶକୁ ଛୁଇଁବାକୁ ମଧ୍ୟ ମନା କରିଥାନ୍ତି । କିନ୍ତୁ ଏହା ସତ୍ତ୍ୱେ ବି ଲୋକେ ଏହି ପେଶାକୁ ଖରାପ ନଜରରେ ଦେଖିଥାନ୍ତି। ସେ କୁହନ୍ତି ତାଙ୍କର କିଛି ପୁରୁଣା ଗ୍ରାହକ  ଏମିତି ଅଛନ୍ତି ଯାହାଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି । ଆଉ କିଛି ଅଛନ୍ତି ଯିଏ ପ୍ରଥମ ଥର ଝିଅ ସହ ଶୋଇବାର ଅନୁଭବ ନେବାକୁ ଚାହିଁଥାନ୍ତି । ଅନେକ ଅଛନ୍ତି ନିଜର ଘରୋଇ ସମସ୍ୟାରେ ଘେରି ହୋଇଥାନ୍ତି । ଏଣୁ ସେମାନେ ମଧ୍ୟ ଶାନ୍ତିରେ ଟିକେ ଶୋଇବା ଖୋଜିଥାନ୍ତି ।

ମତାମତ ଦିଅନ୍ତୁ ।