April 7, 2020

ଘରର ବାସ୍ତୁ ଦୋଷ ପାଇଁ ବିବାହ ବିଳମ୍ବ ହୁଏ

ବାପା ଓ ମା’ମାନେ ପିଲାମାନଙ୍କର ବୟସ ବଢ଼ିଲେ ବିବାହ କଥା ଚିନ୍ତା କରନ୍ତି। ସମସ୍ତେ ଖୋଜନ୍ତି ଭଲ ପ୍ରସ୍ତାବ। ଏଥିପାଇଁ କିଛି ସମୟ ଲାଗେ। କିନ୍ତୁ ଅନେକ ସମୟରେ ସବୁ ଠିକ୍‌ଠାକ ଥିଲେ ମଧ୍ୟ ବାରମ୍ବାର ବିବାହ ଭାଙ୍ଗିଯାଏ। ଆଉ କେତେକଙ୍କ କ୍ଷେତ୍ରରେ ବିବାହ ପ୍ରସ୍ତବ ମିଳିବାରେ ହୁଏ ବିଳମ୍ବ। ଘରର ବାସ୍ତୁ ଦୋଷ ଏହାର କାରଣ ହୋଇପାରେ ବୋଲି କୁହାଯାଇଛି। ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା।

୧- ବାସ୍ତୁଶାସ୍ତ୍ର ଅନୁସାରେ ଏକାଧିକ ଦ୍ୱାର ଥିବା ରୁମ୍‌ରେ ବିବାହ ଯୋଗ୍ୟ ପୁଅ ଶୋଇବା ଭଲ। କମ୍‌ ପବନ ଓ ସୂର୍ଯ୍ୟ କିରଣ ପଡ଼ୁଥିବା ରୁମ୍‌ରେ ଶୋଇବା କେବଳ ଅଶୁଭ ହୋଇନଥାଏ, ବିବାହରେ ବିଳମ୍ବ ହୁଏ।

୨- ବିବାହ ଯୋଗ୍ୟ ପୁଅମାନେ ବିବାହ ନ ହେବା ପର୍ଯ୍ୟନ୍ତ କଳା ରଙ୍ଗରୁ ଦୂରେଇ ରହିବା ଉଚିତ।

୩- ବିବାହଯୋଗ୍ୟ ପୁଅ ଓ ଝିଅ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଆଡ଼କୁ ମୁଣ୍ଡ କରି ଶୋଇବା ଅଉଚିତ୍‌। ଏପରି କଲେ ବିବାହରେ ବାଧା ଉପୁଜେ। ବିବାହଯୋଗ୍ୟ ପ୍ରସ୍ତାବ ମିଳେନାହିଁ ବୋଲି ମଧ୍ୟ କୁହାଯାଇଛି।

୪- ବିବାହ ବିଳମ୍ବ ହେଉଥିଲେ ବେଡ୍‌ର ଠିକ୍‌ ଉପରକୁ ବିମ୍‌ ଥିବା ରୁମ୍‌ରେ ଶୋଇବା ଉଚିତ ନୁହେଁ।

୫- ପୁଅମାନେ ରହୁଥିବା ରୁମ୍‌ର ରଙ୍ଗ ଗାଢ଼ ହେବା ଅନୁଚିତ। ଏହା ବିବାହ ବିଳମ୍ବର କାରଣ ହୁଏ। ତେଣୁ ବିବାହଯୋଗ୍ୟ ପୁଅ ଓ ଝିଅମାନଙ୍କ ରହିବା ରୁମ୍‌ର ରଙ୍ଗ ସବୁବେଳେ ଗୋଲାପି, ହଳଦିଆ, ଇଷତ ନୀଳ ଓ କମଳା ପରି ଲାଇଟ୍‌ କଲର୍‌ ହେବା ଭଲ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *