April 6, 2020

ପୃଥିବୀ ଠାରୁ ଦୁଇଗୁଣ ନୂଆ ଗ୍ରହର ଆବିଷ୍କାର

ମହାକାଶରେ ଏକ ନୂଆ ଗ୍ରହକୁ ଠାବ କରାଯାଇଛି। ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀ ଦଳ ଠାବ କରିଥିବା ଗ୍ରହର ଆକାର ପୃଥିବୀ ଠାରୁ ଦୁଇଗୁଣ। ଏଥିରେ ଲୋକ ରହିପାରିବେ ବୋଲି ଜଣାପଡିଛି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ ଏହି ଗ୍ରହର ଆକାର ଓ ପରିବେଶ ବାବଦରେ ଅନୁମାନ ଲଗାଇଛନ୍ତି। ଏହି ଗ୍ରହର ନାମ କେ-୨-୧୮ବି ଦିଆଯାଇଛି। ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଏହି ଗ୍ରହରେ କେବଳ ଜୀବନ ବଞ୍ଚିବା ପାଇଁ ବାୟୁ ଓ ପର୍ଯ୍ୟାପ୍ତ ପରିମାଣର ପାଣି ରହିଛି।

ଏହି ଗ୍ରହର ବାତାବରଣରେ ହାଇଡ୍ରୋଜେନ ଗ୍ୟାସ ଥିବାରୁ ଜୀବନଧାରଣ ସମ୍ଭବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ମଣିଷ ସେଠାକୁ ଯିବାରେ ବଡ ସମସ୍ୟା ହେଉଛି ଏହା ପୃଥିବୀଠାରୁ ୧୨୪ ଆଲୋକ ବର୍ଷ ଦୂରତାରେ ରହିଛି। ଅର୍ଥାତ ଏହା ଆମ ସୌରମଣ୍ଡଳର ନାହିଁ। ବୈଜ୍ଞାନିକଙ୍କ କହିବା କଥା ଏହି ଗ୍ରହର ପରିଧି ପୃଥିବୀଠାରୁ ୨.୬ ଗୁଣ ବଡ। ତେବେ ନୂଆ ଗ୍ରହରେ ହାଇଡ୍ରୋଜେନ କେତେ ମାତ୍ରାରେ ରହିଛି ସେ ବିଷୟରେ ଅଧିକ ଅନୁସନ୍ଧାନ ଚାଲିଛି।

Leave a Reply

Your email address will not be published. Required fields are marked *