April 2, 2020

ଧୂମପାନକାରୀଙ୍କ ପୋଷାକରୁ ନିର୍ଗତ କେମିକାଲ୍ସ ୧୦ଟି ସିଗାରେଟ ଧୂଆଁ ସହ ସମାନ

ଧୂମପାନ ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏ ସତର୍କ ସୂଚନା ବିଷୟରେ ଧୂମପାନ କରୁଥିବା ବ୍ୟକ୍ତିମାନେ ଅବଗତ। କିନ୍ତୁ ଅଭ୍ୟାସ ଛାଡିପାରୁ ନାହାନ୍ତି। ଏହାଦ୍ୱାରା କେବଳ ସେଇମାନଙ୍କର କ୍ଷତି ହେଉନାହିଁ, ଯେଉଁମାନେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଥାଆନ୍ତି ସେମାନଙ୍କର ବି କ୍ଷତି ହୋଇଥାଏ।

ଆମେରିକାର ୟେଲେ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ମତ ଧୂମପାନ କରୁଥିବା ବ୍ୟକ୍ତିଙ୍କ ପୋଷାକ ମଧ୍ୟ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷଜ୍ଞ ପ୍ରଫେସର ଡ୍ରିୟୁ ଗ୍ରେଟର କହିଛନ୍ତି ଜଣେ ବ୍ୟକ୍ତି ଧୂମପାନ କରିବା ପରେ ତାଙ୍କ ପୋଷାକରୁ ହାନିକାରକ କେମିକାଲ୍ସ ନିର୍ଗତ ହୋଇଥାଏ। ଯାହା ଧୂମପାନ କରୁଥିବା ବ୍ୟକ୍ତି ଓ ନିକଟରେ ଥିବା ଲୋକଙ୍କର କ୍ଷତି କରେ। ଜଣେ ବ୍ୟକ୍ତି ଯଦି ଧୂମପାନ କରି କୌଣସି ସିନେମା ହଲ୍‌କୁ ପ୍ରବେଶ କରିଛନ୍ତି ତେବେ ତାଙ୍କ ପୋଷାକରୁ ନିର୍ଗତ କେମିକାଲ୍ସ ଏକାଥରେ ୧୦ଟି ସିଗାରେଟରୁ ବାହାରୁଥିବା ଧୂଆଁ ସହ ସମାନ। ସେମାନଙ୍କ କପଡାରୁ ବାହାରୁଥିବା କେମିକାଲ୍‌ସର ପ୍ରଭାବ ଡିଏନ୍‌ଏ ଉପରେ ପଡିବାରୁ କ୍ୟାନସର ହେବାର ଆଶଙ୍କା ରହିଥାଏ। ଏହାଛଡା ଧୂମପାନ କରୁଥିବା ବ୍ୟକ୍ତିଙ୍କ ଠାରେ ପ୍ରାୟ ୫୦ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *