କରୋନା ପ୍ରତିରୋଧକ ରାସାୟନିକ ଚିହ୍ନଟ କଲା ସୁପର କମ୍ପ୍ୟୁଟର

Breaking News ବିଚିତ୍ରା

ନୂଆଦିଲ୍ଲୀ : କରୋନ ଭାଇରସ ଏବେ ବିଶ୍ଵପାଇଁ ଚିନ୍ତାର କାରଣ ହୋଇଛି। ଏହି ସମୟରେ ଚମତ୍କାର କରିଛି ଆଇବିଏମର ସୁପର କମ୍ପ୍ୟୁଟର ‘ସମିଟ୍’। କରୋନା ସଂକ୍ରମଣ ରୋକିବା ଲାଗି ରସାୟନ ଚିହ୍ନଟ କରିଛି ଏଇ କମ୍ପ୍ୟୁଟର। ଯାହା ମାରାତ୍ମକ କରୋନା ଭୂତାଣୁ କବଳରୁ ଲୋକଙ୍କ ଜୀବନକୁ ରକ୍ଷା କରିପାରିବ। ଟିକା ଉଦ୍‌ଭାବନରେ ହୋଇପାରିବ ସହାୟକ।

ବିଶ୍ୱର ବୈଜ୍ଞାନିକଙ୍କ ପାଇଁ ନୋଭେଲ କରୋନା ଭାଇରସ୍ ଚାଲେଞ୍ଜ ସୃଷ୍ଟି କରିଛି। ଚୀନ ଉହାନରୁ ଏଇ ଭାଇରସ ଏବେ ସାରା ବିଶ୍ଵକୁ ବ୍ୟାପିଥିବା ବେଳେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି। ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କୌଣସି ପ୍ରତିଷେଧକ ନଥିବାରୁ କରୋନା ନେଇଚାଲିଛି ଗୋଟିଏ ପରେ ଗୋଟିଏ ଜୀବନ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏଭଳି ଘଡିସନ୍ଧି ସମୟରେ ‘AI ମସ୍ତିଷ୍କ’ ସମ୍ପନ୍ନ ଆଇବିଏମ ସୁପର କମ୍ପ୍ୟୁଟର ସମିଟ୍ ତାର ହଜାର ହଜାର ସିମୁଲେସେନ ମାଧ୍ୟମରେ କରୋନା ନିୟନ୍ତ୍ରଣ ଲାଗି ଔଷଧର ଯୌଗିକ ଖୋଜିବାରେ ସଫଳ ହୋଇଛି। ଯାହା ବୈଜ୍ଞାନିକ ଗବେଷଣା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି।

ଯେଉଁ ଔଷଧ କରୋନା ଭୂତାଣୁ ସଂକ୍ରମଣର ସଫଳ ମୁକାବିଲା କରିପାରିବ ସେହିଭଳି ୭୭ଟିକୁ ସୁପର କମ୍ପ୍ୟୁଟର ଚିହ୍ନଟ କରିଛି। ଏସବୁ ଟିକା ପ୍ରସ୍ତୁତିରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଆମେରିକା ଓକ୍ ରିଜ୍ ନ୍ୟାସନାଲ ଲାବୋରେଟୋରୀର ଅନୁସନ୍ଧାନ କେମ୍ ରିଜିଭ ଜର୍ଣ୍ଣାଲରେ ଏହା ପ୍ରକାଶିତ ହୋଇଛି। ଆମେରିକା ଏନେର୍ଜି ଡିପାର୍ଟମେଣ୍ଟ ୨୦୧୪ ମସିହାରେ ଏହି ସୁପର କମ୍ପ୍ୟୁଟର ସ୍ଥାପନା କରିଥିଲେ। ଏବେ ବିଶ୍ୱର ଏକ ବୃହତ୍ତର ସମସ୍ୟା ସମାଧାନ କରିବାରେ ଏହି କମ୍ପ୍ୟୁଟର ସହାୟକ ହୋଇପାରିବ ଆଶା କରାଯାଏ।

ମତାମତ ଦିଅନ୍ତୁ ।