ଏପ୍ରିଲ୍ ୭ ତାରିଖ ରାତିରେ ଦେଖିବାକୁ ମିଳିବ ‘ସୁପର୍ ପିଙ୍କ୍ ମୁନ୍’

ନୂଆଦିଲ୍ଲୀ : ଆସନ୍ତା ୭ ତାରିଖ ରାତ୍ରୀ ଆକାଶରେ ‘ସୁପର୍ ପିଙ୍କ୍ ମୁନ୍’ ଦେଖିବାକୁ ମିଳିବ। ବର୍ଷର ଅନ୍ୟ ପୂର୍ଣ୍ଣିମା ଠାରୁ ଏହି ଜହ୍ନ ବଡ଼ ଦେଖାଯାଏ।

ସାଧାରତଃ ପୂର୍ଣ୍ଣମୀ ଜହ୍ନ ଅପେକ୍ଷା ସୁପର୍ ମୁନ୍ ୩୦ ପ୍ରତିଶତ ବଡ଼ ଦିଶେ। ୭ ତାରିଖରେ ଏହି ‘ସୁପର୍ ମୁନ୍’ ଆକାଶରେ ଦୃଶ୍ୟମାନ ହେବ। ଚନ୍ଦ୍ରକୁ ଏପରି ନାମକରଣ କରାଯିବାର କାରଣ ହେଲା ଏହି ସମୟରେ ଉତ୍ତର ଆମେରିକାରେ ଆରମ୍ଭ ହୋଇଥାଏ ଆଦ୍ୟ ବସନ୍ତ। ସେହି ସମୟରେ ସେଠାରେ ‘କ୍ରିପିଙ୍ଗ୍ ଫ୍ଲୋକ୍ସ’ ନାମରେ ଏକ ପ୍ରକାର ଗୋଲାପୀ ରଙ୍ଗର ବଣୁଆ ଫୁଲ ଫୁଟେ। ସେଥିପାଇଁ ଏହି ବାସନ୍ତିକ ପୂର୍ଣ୍ଣମୀ ଜହ୍ନକୁ ‘ସୁପର୍ ପିଙ୍କ୍ ମୁନ୍’ ବା ‘ବଡ଼ ଗୋଲାପୀ ଜହ୍ନ’ କୁହାଯାଏ।

ପୂର୍ଣ୍ଣମୀ ଦିନ ଜହ୍ନ ପୃଥିବୀର ଅପେକ୍ଷାକୃତ ନିକଟରେ ଥିବା ତା’ର କକ୍ଷପଥ ଗୋଟିଏ ମୁଣ୍ଡ ଦେଇ ଅତିକ୍ରମ କରୁଥିବାରୁ ଟିକେ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ। ତେଣୁ ଏହାକୁ ‘ସୁପର୍ ମୁନ୍’ କୁହାଯାଏ। ପୃଥିବୀ ଓ ଜହ୍ନ ମଧ୍ୟରେ ହାରାହାରି ଦୂରତ୍ୱ ୩୮୪, ୪୦୦ କିଲୋମିଟର। ଏହି ସମୟରେ ଦୂରତ୍ୱ ୩୫୬, ୯୦୭ କିଲୋମିଟର ରହିଥାଏ।

ମତାମତ ଦିଅନ୍ତୁ ।