ବାସ୍ତୁଦୋଷ ପାଇଁ ଝାଡୁର ବ୍ୟବହାର ଜାଣନ୍ତୁ

ଭୁବନେଶ୍ୱର : ଘରକୁ ସଫା କରିବା ବ୍ୟବହାର ହେଉଥିବା ଝାଡୁର ବାସ୍ତୁ ସହିତ ରହିଛି ସମ୍ପର୍କ। ଏହା ସଠିକ୍ ବ୍ୟବହାର ନ କଲେ ବା ଠିକ୍ ସ୍ଥାନରେ ନ ରଖିଲେ ଘରେ ବାସ୍ତୁ ଜନିତ ସମସ୍ୟା ଦେଖାଦିଏ।

୧. ଝାଡୁକୁ ଘରର ମୁଖ୍ୟଦ୍ୱାର ପାଖରେ ରଖିଲେ ଘରର ସୁଖଶାନ୍ତି ନଷ୍ଟ ହୋଇ କଳହ ବୃଦ୍ଧି ପାଇଥାଏ।

୨. ଝାଡୁର ବ୍ୟବହାର ଠିକ୍‌ ଭାବେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ। ତେଣୁ ସନ୍ଧ୍ୟାରେ ଘର ଝାଡୁ କରିବା ଅନୁଚିତ। ଏହି ସମୟରେ ଝାଡୁ କଲେ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଅଭାବ ଦେଖାଦିଏ।

୩. ଘରର କୌଣସି ସଦସ୍ୟ ବାହାରକୁ ଯିବା ସମୟରେ ଝାଡୁ କରିବାକୁ ବାରଣ କରାଯାଇଛି। ଏହାଦ୍ୱାରା କାମରେ ବାଧା ସୃଷ୍ଟି ହୁଏ।

୪. ଝାଡୁରେ କୌଣସି ପଶୁପକ୍ଷୀଙ୍କୁ ମାରିବା କିମ୍ବା ପାଦ ରଖିବା ଉଚିତ ନୁହେଁ।

୫. ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ। ଏପରି କଲେ ଘରର କେହି ସଦସ୍ୟ ଅସୁବିଧାରେ ପଡ଼ନ୍ତି।

ମତାମତ ଦିଅନ୍ତୁ ।