ସାମାଜିକ ଦୂରତା ପାଇଁ ନିଆରା ଉପାୟ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ସାମାଜିକ ଦୂରତାକୁ ଏବେ ଗୁରୁତ୍ଵ ଦିଆଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଏ ବିଷୟରେ ସଚେତନ କରାଉଛନ୍ତି। କିନ୍ତୁ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଭିନ୍ନ ପ୍ରକାର ସାମାଜିକ ଦୂରତା ନୀତି ଆପଣେଇଛନ୍ତି। ଘରଛାଡି ରହୁଛନ୍ତି ଗଛ ଉପରେ ବାନ୍ଧିଥିବା ମଞ୍ଚାରେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏପରି ମଞ୍ଚାରେ ବାସ କରୁଥିବା ବ୍ୟକ୍ତି ଜଣଙ୍କ ନାଁ ମୁକୁଲ ତ୍ୟାଗୀ। ସେ ମଞ୍ଚାର ନାମକରଣ କରିଛନ୍ତି ଟ୍ରି-ହାଉସ୍‌। କିଛି କାଠ ଖଣ୍ଡକୁ ଯୋଡ଼ିଯାଡ଼ି ଗଛ ଉପରେ ଏହି ପ୍ଲାଟଫର୍ମ ତିଆରି କରିଛନ୍ତି।

ମୁକୁଲଙ୍କ କହିବା କଥା ହେଲା କାରୋନା ସଂକ୍ରମଣକୁ ରୋକିବାକୁ ହେଲେ ସାମାଜିକ ଦୂରତା ଏକମାତ୍ର ବାଟ। ସେଥିପାଇଁ ଏକାକୀ ରହିବାକୁ ନିଷ୍ପତ୍ତି ନେଲି। ଶୁଖିଲା କାଠ ଖଣ୍ଡ କାଟି ମଞ୍ଚା ତିଆରି କରିଛି। ସତରେ ମଞ୍ଚାରେ ରହିବା ଅନୁଭୂତି ବହୁତ ବଢ଼ିଆ। ଏଠାରେ ରହିବା ପରେ ମୋତେ ପ୍ରକୃତି କୋଳରେ ରହିବା ପରି ଲାଗୁଛି।

ମତାମତ ଦିଅନ୍ତୁ ।