ସାନିଟାଇଜର ସ୍ପ୍ରେ ରୁମ ପ୍ରସ୍ତୁତ କଲେ ବାରିପଦା ବିଦ୍ୟୁତ କର୍ମଚାରୀ

କରୋନା ମୁକାବିଲାର ଏକମାତ୍ର ଉପାୟ ଘରେ ରହିବା। କିନ୍ତୁ ଘରର ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସିବାକୁ ପଡୁଛି। ହେଲେ ସାମାଜିକ ଦୂରତ୍ଵ ରକ୍ଷା କରିବା ପ୍ରତି ସଚେତନତା ରହିବା ଉଚିତ। କେତୋଟି ସ୍ଥାନରେ ଲୋକେ ଏହି ନିୟମ ମାନୁନାହାନ୍ତି। ବ୍ୟାଙ୍କ୍, ପୋଷ୍ଟ ଅଫିସ, ପରିବା ମାର୍କେଟ ଓ ମାଛ ମାର୍କେଟ ଆଦିରେ ଭିଡ଼ ପରିଲକ୍ଷିତ ହେଉଛି। ସଚେତନ ଲୋକ ବି ସାମିଲ ହୋଇଯାଉଛନ୍ତି ଏହି ଭିଡାରେ। ଏଭଳି ସମସ୍ୟାର ସମାଧାନ ପାଇଁ ଚିନ୍ତା କରିଥିଲେ ଦୁଇ ଯୁବକ ବୀଜେନ୍ଦ୍ର କୁମାର ଗିରି ଓ ସୁରଜ କୁଅଁର। ଲକ୍ଷ୍ୟ ଥିଲା ସ୍ୱଳ୍ପ ଖର୍ଚ୍ଚ ଓ କମ୍ ସମୟରେ ଏଭିଳି ଭିଡରେ ରହୁଥିବା ଲୋକମାନଙ୍କୁ କିପରି ବିଶୋଧନ କରାଯାଇପାରିବ। ଏବେ ସଫଳତା ମିଳିଛି। ଦୁହେଁ ପ୍ରସ୍ତୁତ କରିଛନ୍ତି ସେନିଟାଇଜର ସ୍ପ୍ରେ ରୁମ୍। ନାଁ’ ଦେଇଛନ୍ତି ଦିଲ୍ ସେ ମୟୁରଭଞ୍ଜିଆ। ଏହି ସାନିଟାଇଜର ରୁମରେ ମାତ୍ର କିଛି କ୍ଷଣରେ ଲୋକେ ବିଶୋଧନ ହୋଇପାରିବେ।

ବିଜେନ୍ଦ୍ର ବାରିପଦା ବିଦ୍ୟୁତ ଡିଭିଜନ ସେକ୍ସନ ନମ୍ବର ୧ରେ କାର୍ଯ୍ୟରତ। ସେ ୟୁଟ୍ୟୁରେ ଏକ ଭିଡିଓ ଦେଖି ପ୍ରଭାବିତ ହୋଇଥିଲେ। ମାତ୍ର ୮.୫୦୦ ଟଙ୍କାରେ ତିଆରି କରିଛନ୍ତି ସାନିଟାଇଜର ରୁମ। ଏହି ମେସିନ ଦ୍ଵାରା ଜଣେ ଲୋକକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସାନିଟାଇଜ କରିହେବ ବୋଲି ସେ କହିଛନ୍ତି। ସାନଭାଇ ସୁରଜ ମଧ୍ୟ ତାଙ୍କୁ ସାନିଟାଇଜର ରୁମ ତିଆରି କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି। ସେ ତାଙ୍କ ସାନିଟାଇଜର ମେସିନ କୁ ପି.ଆର.ଏମ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଦାନ କରିବେ। ଯୁବକ ଦ୍ଵୟଙ୍କ ଏହି ପ୍ରୟାସକୁ ସବୁ ବର୍ଗର ଲୋକେ ପ୍ରଶଂସା କରୁଛନ୍ତି।

ମତାମତ ଦିଅନ୍ତୁ ।