ପାଇଖାନା ପ୍ୟାନରେ ପରସା ଯାଉଛି ଖାଦ୍ୟ, ପଢ଼ନ୍ତୁ କେଉଁଠି…

ଜାକର୍ତା: ପାଇଖାନା ପ୍ୟାନରେ ପରସା ଯାଉଛି ଖାଦ୍ୟ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କି? ମାତ୍ର ଘଟଣାଟି ପୂରା ସତ୍ୟ । ଏଭଳି କିଛି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ । ଏଠାରେ ଏପରି ଏକ ରେସ୍ତୋରାଁ ଅଛି ଯେଉଁଠାରେ ଗ୍ରାହକମାନଙ୍କୁ ପାଇଖାନା ପ୍ୟାନରେ ଖାଦ୍ୟ ଖାଇବାକୁ ଦିଆଯାଉଛି । ଆଉ ସେଠାରେ ଏହାର ଚାହିଦା ମଧ୍ୟ ଢେର ଅଧିକ ।

ଏହି ରୋସ୍ତୋରାଁର ନାମ ଜମ୍ବନ। ଏଠାରେ ବିଭିନ୍ନ ପ୍ରକାର ସୁପ୍ ପାଇଖାନା ପ୍ୟାନ୍ ଭିତରେ ରଖାଯାଇଥାଏ। ଗ୍ରାହକ ଯିବା ପରେ ଏହାକୁ ଏକ ବଡ଼ ଚାମଚରେ ବାହାର କରି ପ୍ଲେଟରେ ଖାଇବାକୁ ଦିଆଯାଏ । କେବଳ ସେତିକି ନୁହେଁ, ଯେଉଁଠାରେ ଗ୍ରାହକମାନେ ବସନ୍ତି ତାହା ମଧ୍ୟ ପାଇଖାନା ପ୍ୟାନରେ ନିର୍ମାଣ କରାଯାଇଛି ।

Toilet Restaurant 1 1

ଏନେଇ ରେସ୍ତୋରାଁ ମାଲିକ କହିଛନ୍ତି, ପ୍ରଥମେ ଅନ୍ୟମାନଙ୍କ ଠାରୁ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥିଲି । ଏଥିପାଇଁ ବେଶ୍ କିଛିଦିନ ଭାବିବାକୁ ପଡ଼ିଥିଲା । ଏହାପରେ ମୋ ମୁଣ୍ଡକୁ ଏଭଳି ଏକ ଚିନ୍ତାଧାରା ଆସିଥିଲା । ପ୍ରଥମେ ମୁଁ ବସିବା ସିଟ୍ ପାଇଖାନା ପ୍ଲାନ୍ ଭଳି ନିର୍ମାଣ କରିଥିଲି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ।

ପ୍ରଥମେ ଏହାକୁ କିଛି ଜଣ ପସନ୍ଦ କରିନଥଲେ । ହେଲେ ଯେଉଁମାନେ ଏଠାକୁ ଆସିଲେ ସେମାନଙ୍କୁ ଏହି ଶୈଳୀ ଭିନ୍ନ ଅନୁଭୂତି ଦେଲା । ଯାହାକି ସମସ୍ତଙ୍କୁ ପସନ୍ଦ ଆସିଲା । ଧୀରେ ଧୀରେ ମୋ ରେସ୍ତୋରାଁର ଚାହିଦା ବଢ଼ିଲା । କିଛି ଦିନ ଭିତରେ ବେଶ୍ ନାଁ ମଧ୍ୟ ହୋଇଗଲା । ଏହାପରେ ଖାଦ୍ୟ ପ୍ଲେଟ୍ ଗୁଡ଼ିକ ପାଇଖାନା ପ୍ୟାନ୍ ଆକୃତିର କଲି । ଏବେ ଏହା ସମସ୍ତଙ୍କୁ ପସନ୍ଦ ଆସୁଛି । ଭିନ୍ନ ଅନୁଭୂତି ମଧ୍ୟ ଦେଉଛି।

ମତାମତ ଦିଅନ୍ତୁ ।