ଲକ୍‌ଡାଉନ୍‌ରେ ସ୍ୱତନ୍ତ୍ର ବିବାହ: ୩ ଫୁଟର ବରକୁ ୪ ଫୁଟର କନିଆ

ମୁମ୍ବାଇ: ଦେଶରେ କରୋନା ଭାଇରସ୍ ଯୋଗୁଁ ଲକ୍‌ଡାଉନ୍ ଚାଲିଥିବାରୁ ଅନେକ ଲୋକ ନିଜର ବିବାହକୁ ବାତିଲ କରିଦେଇଥିବାବେଳେ କେତେକ ଅନୁମତି ନେଇ ମଧ୍ୟ ବିବାହ କରୁଥିବା ଦେଖାଯାଇଛି । ଯେଉଁମାନେ ବିବାହ କରୁଛନ୍ତି ସେମାନେ ପରିବାରର ମଧ୍ୟରେ ନିଜ ଲୋକଙ୍କ ଭିତରେ ଏହାକୁ ସୀମିତ ରଖୁଛନ୍ତି । ବିବାହରେ ବରଠାରୁ ଆରମ୍ଭ କରି କନ୍ୟା ଓ ଆସୁଥିବା ଲୋକମାନେ ସୋସିଆଲ ଡିଷ୍ଟାନ୍ସିଂ ମେଂଟେନ କରିବା ସହ ମାସ୍କ ମଧ୍ୟ ପରିଧାନ କରୁଛନ୍ତି । ଲକ୍‌ଡାଉନ୍‌ରେ ହେଉଥିବା ଏହିସବୁ ବିବାହକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି । ଏହି କ୍ରମରେ ମାହାରାଷ୍ଟ୍ରରେ ଏକ ଭିନ୍ନ ଧରଣର ବିବାହ ଦେଖିବାକୁ ମିଳିଛି । ଜଣେ ୨୯ ବର୍ଷ ବୟସ୍କ ପୁଅ ନିଜଠାରୁ ୧୦ ବର୍ଷ ସାନ ୧୯ ବର୍ଷୀୟା କନ୍ୟାକୁ ବିବାହ କରିଛି । ମାତ୍ର ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବରର ଉଚ୍ଚତା ୩ ଫୁଟ ହୋଇଥିବାବେଳେ କ୍ୟାନର ଉଚ୍ଚତା ୪ଫୁଟ ରହିଛି ।
ଏକ ହିନ୍ଦୀ ପତ୍ରିକାରେ ପ୍ରକାଶିତ ଖବର ଅନୁଯାୟୀ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ତହସିଲରେ ଗତ ଦିନରେ ଏହି ସ୍ୱତନ୍ତ୍ର ବିବାହ ସମ୍ପନ୍ନ ହୋଇଥିଲା । ବର ୨୯ ବର୍ଷୀୟ ଝାମରୁ ରାଜେନ୍ଦ୍ର କୋହଲୀ ଏବଂ ୧୯ ବର୍ଷୀୟ ନୟନାଙ୍କ ହାତ ଧରିଥିବାବେଳେ ରାଜେନ୍ଦ୍ରଙ୍କ ଉଚ୍ଚତା ୩ ଫୁଟ ଏବଂ ନୟନାଙ୍କ ଉଚ୍ଚତା ୪ ଫୁଟ୍ । ସେହିପରି ରାଜେନ୍ଦ୍ର ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଥିବାବେଳେ ନୟନା +୨ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଦୁଇଜଣଙ୍କ ବିବାହ ପୂର୍ବରୁ ସ୍ଥିର ହୋଇସାରିଥିଲେ ବି କରୋନା ମହାମାରୀ ଯୋଗୁଁ ଏହା ସମ୍ପନ୍ନ ହୋଇପାରୁ ନ ଥିଲା । ଶେଷରେ ଗାଁରେ ଏକ ନିରଡ଼ାମ୍ବର ପରିବେଶ ମଧ୍ୟରେ ସାମାଜିକ ଦୂରତା ନିୟମକୁ ପାଳନ କରାଯାଇ ଏହା ସମ୍ପନ୍ନ ହୋଇଥିଲା । ଏଥିରେ ଦୁଇ ପରିବାର ବନ୍ଧୁବାନ୍ଧବ ଆସିବାକୁ ଚେଷ୍ଟା କରିଥିଲେ ବି ଲକ୍‌ଡାଉନ୍ କାରଣରୁ ସେମାନ ଯୋଗଦେଇପାରି ନ ଥିଲେ ।

ମତାମତ ଦିଅନ୍ତୁ ।