ନଦୀ ମଝିରେ ଘର, ଜାଣନ୍ତୁ କେଉଁଠି…

ଘର, ତାହା ପୁଣି ନଦୀ ମଝିରେ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କି ? ମାତ୍ର ଘଟଣାଟି ପୂରା ସତ୍ୟ । ଏଭଳି ଏକ ଘର ନିର୍ମାଣ ହୋଇଛି ପଶ୍ଚିମ ସର୍ବିଆର ବାଜିନା ବସ୍ତା ନିକଟ ବେଲଗ୍ରେଡ୍ ଠାରୁ ୧୬୦ କିଲୋମିଟର ଦୂର ଡ୍ରିନା ନଦୀରେ । ଯାହାକି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୧୯୬୯ ମସିହାରୁ ନିର୍ମାଣ କରାଯାଇଥିବା ଏହି ଘରଟି ଏ ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରହିଛି । ନଦୀର ଜଳ ପତନ ବୃଦ୍ଧି ପାଇବା କିମ୍ବା କମିବା ଦ୍ୱାରା ଏହାର କୌଣସି କ୍ଷତି ହୋଇନି । ଏପରିକି ଝଡ଼ ବର୍ଷାରେ ମଧ୍ୟ ଏହା ନଷ୍ଟ ହୋଇନଥିବା ଜଣାପଡ଼ିଛି ।

House Under River 1

ଏହି ଘରର ଇତିହାସ ମଧ୍ୟ ବେଶ୍ ରୋମାଚଂକ । କିମ୍ବଦନ୍ତୀ ଅନୁଯାୟୀ, ମଧ୍ୟଯୁଗୀୟ ହିରୋ କ୍ରାଲଜେଭି ମାରକୋ ଏହି ଅଚଂଳ ଦେଇ ଯାତ୍ରା କରିବା ବେଳେ ନଦୀ ପାର ହୋଇ ଯିବାକୁ ପଡ଼ିଥିଲା । ଯାହାକୁ ତାକୁ ଚିନ୍ତାରେ ପକାଇ ଥିଲା । ଏଥିପାଇଁ ସେ ଏକ ଉପାୟ ପାଚିଂଥିଲେ । ନିଜ ଘୋଡ଼ାକୁ ଗଭୀର ପାଣି ଭିତରକୁ ଯିବାକୁ ଦେଇନଥିଲେ । ଏଥିପାଇଁ ଏକ ବଡ଼ ପଥର ଖଣ୍ଡ ସେ ନଦୀ ଭିତରକୁ ଫିଙ୍ଗି ଥିଲେ । କିଛି ସମୟ ଦେଖିଲେ, ପଥରଟି ଗଭୀର ପାଣିରେ ନବୁଡ଼ି ଭାସି ଥିଲା। ଯାହାକି ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଏହାପରେ କ୍ରାଲଜେଭି ସେଠାରେ ଏକ ଘର ନିର୍ମାଣ କରିବାକୁ ମନସ୍ଥ କରିଥିଲେ । ଏଥିପାଇଁ ସେ ସ୍ଥାନୀୟ ଅଚଂଳର କିଛି ଯୁବକଙ୍କ ସାହାଯ୍ୟ ନେଇଥିଲେ । ସେମାନଙ୍କୁ ପୂରା ଘଟଣା ବିଷୟରେ କହିବା ସହିତ କିଛି ନୌକା ସାହଯ୍ୟରେ କାଠ ନେଇ ସେଠାକୁ ଯାଇଥିଲେ । ଏହାପରେ ଘର ନିର୍ମାଣ କାମ ଆରମ୍ଭ ହୋଇଥିଲା ।

House Under River 2

ଛୋଟ ଛୋଟ କାଠ ଖଣ୍ଡ ନେଇ ସେଥିରେ ଏକ ସୁନ୍ଦର ଘର ନିର୍ମାଣ କରିଥିଲେ । ଘରଟି ସମ୍ପୂର୍ଣ୍ଣ ହେବା ପରେ ଏହା ଖୁବ୍ ଆକର୍ଷଣ ପାଲଟି ଥିଲା । ଅନ୍ୟମାନଙ୍କୁ ମଧ୍ୟ ଏହା ପସନ୍ଦ ଆସିଥିଲା । ସେବେଠାରୁ ସ୍ଥାନୀୟ ଲୋକମାନେ ସେଠାକୁ ମନୋରଞ୍ଜନ ପାଇଁ ଯାଉଛନ୍ତି । ବିଶେଷକରି ଗ୍ରୀଷ୍ମ ଋତୁରେ ଥଣ୍ଡା ପବନ ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମୁଛି । ଏବେ ଏହା ସାରା ବିଶ୍ୱରେ ଏକ ପର୍ଯ୍ୟଟକସ୍ଥଳୀ ଭାବେ ସ୍ଥାନିତ ପାଇଛି । ବିଭିନ୍ନ ଦେଶରୁ ଲୋକମାନେ ସେଠାକୁ ବୁଲିବାକୁ ଯାଉଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ବ୍ୟବସ୍ଥା କରିଛି ।

ମତାମତ ଦିଅନ୍ତୁ ।