ଲକ୍‌ଡାଉନ୍‌ରେ ବଢ଼ିଗଲା ମଶାଙ୍କ ଆକାର

କରୋନା ସଂକ୍ରମଣ ରୋକିବାକୁ ପୁରା ବିଶ୍ୱରେ ଲକ୍‌ଡାଉନ୍ ଜାରି ରହିଥିବାବେଳେ ଏହାଦ୍ୱାରା ରୋଗୀଙ୍କ ସଂଖ୍ୟାକୁ ମଧ୍ୟ କେତେକାଂଶରେ ନିୟନ୍ତ୍ରଣରେ ରଖାଯାଇପାରିଛି । ଅନେକ ସ୍ଥାନରେ ଲକ୍‌ଡାଉନ୍‌ର ଫାଇଦା ଦେଖିବାକୁ ମିଳୁଥିବାବେଳେ ଏପରି ଏକ ଦେଶ ଅଛି ଯେଉଁଠି ଲକ୍‌ଡାଉନ୍ ଯୋଗୁଁ ଏକ ଅଲଗା ପ୍ରକାର ସମସ୍ୟା ସୃଷ୍ଟି ହୋଇଛି । ୟୁରୋପ ମହାଦେଶର ଅବସ୍ଥିତ ସ୍ପେନର ଏକ ଦୀପରେ ଲକ୍‌ଡାଉନ୍ ଯୋଗୁଁ ମଶାମାନଙ୍କର ଆକାର ଚାରିଗୁଣା ବଢ଼ିଯାଇଛି । ଏହା ସହିତ ସେହି ଦେଶରେ କୀଟ ପତଙ୍ଗଙ୍କ ସଂଖ୍ୟା ମଧ୍ୟ ଅନେକାଂଶରେ ବଢ଼ିଯାଇଛି । ଫଳରେ ସେଠାକାର ଲୋକମାନଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।


ସ୍ପେନ ଅଧୀନ ଏହି ଦ୍ୱୀପର ନାମ ହେଉଛି ଇବିଜା । ସେଠାରେ ମଶା ମାନଙ୍କର ଆକାର ଓ ବଂଶ ଏତେ ପରିମାରେ ବଢ଼ିଯାଇଛି ଯେ, ସରକାର ଏବେ କରୋନାରୁ ଧ୍ୟାନ ହଟାଇ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି । ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ମଶାଙ୍କର ଆକାର ବୃଦ୍ଧି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।


ଏଭଳି ହେବାର ମୁଖ୍ୟ କାରଣ ହେଉଛି ଲକ୍‌ଡାଉନ୍ । ଲକ୍‌ଡାଉନ୍ ଯୋଗୁଁ ହୋଟେଲ୍ ଗୁଡ଼ିକର ସୁଇମିଂ ପୁଲ୍ ବନ୍ଦ ହୋଇଯିବାରୁ ପାଣି ଅପରିଷ୍କାର ହୋଇଯାଇଥିଲା । ଫଳରେ ସେହି ପାଣିରେ ମଶାମାନଙ୍କର ବଂଶ ବୃଦ୍ଧି ହେବାକୁ ଲାଗିଥିଲା । ଯେଉଁ ଘର ଗୁଡ଼ିକରେ କେହି ରହୁନାହାନ୍ତି ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ଅବସ୍ଥିତ ଇବିଜା ଏକ ପର୍ଯ୍ୟଟନସ୍ଥଳ ହୋଇଥିବା ହେତୁ ସେଠାରେ ଅନେକ ହୋଟେଲ ରହିଛି । ଏବେ ହୋଟେଲର ସୁଇମିଂ ପୁଲ୍ ମଶାମାନଙ୍କର ଘର ପାଲଟିଛି । ଏବେ ଇବିଜା ପ୍ରଶାସନ ଏହି ମଶାମାନଙ୍କୁ ମାରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏଥିରେ ଏକ ସମସ୍ୟା ହେଉଛି କି ସାମନ୍ୟ ମଶାଙ୍କ ସହ ମାରାତ୍ମକ ଏଶିଆନ୍ ଟାଇଗର୍ ମଶାଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଛି । ଇବିଜା କାଉନ୍‌ସିଲ୍ ଫର୍ ଏନ୍‌ଭାରମେଂଟ ମ୍ୟାନେଜମେଂଟ ଡିପାର୍ଟମେଂଟ ଲୋକଙ୍କୁ ନିଜର ସୁଇମିଂ ପୁଲ୍ ପରିଷ୍କାର କରିବାକୁ ଅନୁରୋଧ କରିଛି । ଯେଉଁ ଲୋକମାନେ ଘର ଛାଡ଼ି ଅନ୍ୟସ୍ଥାନରେ ରହୁଛନ୍ତି ତାଙ୍କର ମାଲିକମାନଙ୍କୁ ସମ୍ପର୍କ କରିବା ପରେ ଇବିଜା ପ୍ରଶାସନ କହିଛି ଯେ, ଆମେ ଘରୋଇ ପୁଲ୍ ଗୁଡ଼ିକୁ ସଫା କରିପାରିବୁ ନାହିଁ । ତେଣୁ ସେମାନେ ନିଜେ ଏହାର ବ୍ୟବସ୍ଥା କରିବା ଉଚିତ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହ ହୋଟଲର ସୁଇମିଂ ପୁଲ୍ ଗୁଡ଼ିକରୁ ପାଣି ବାହାର କରିଦେବାକୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ମତାମତ ଦିଅନ୍ତୁ ।