ଏମିତି ଦେଶ: ପୌଷ୍ୟ କନ୍ୟାକୁ ବିବାହ ପାଇଁ ପିତାକୁ ମିଳେ ଅନୁମତି

ମୌଳବାଦୀ ଇସ୍ଲାମ ରାଷ୍ଟ୍ର ଇରାନରେ ରହିଛି ବିଚିତ୍ର ନୀତି ନିୟମ। ଏହାକୁ କେହି ବିଶ୍ଵାସ କରିବେନି। କିନ୍ତୁ ସତ୍ୟ। ଏହି ଦେଶରେ ପୌଷ୍ୟ କନ୍ୟାକୁ ବିବାହ କରିବା ପାଇଁ ପିତାକୁ ମିଳେ ଅନୁମତି। ସାମାଜିକ ପ୍ରଥା ବା ପରମ୍ପରା ଅନୁଯାୟୀ ଏଭଳି ନିୟମ ବିରୋଧରେ ଆଜିଯାଏ ଆପତ୍ତି ଉଠୁନାହିଁ।

ଇରାନ ସରିଆ ନିୟମ ଅନୁସାରେ ଶାସନ ଚାଲେ। କୌଣସି ଅଜଣା ଲୋକ ସହିତ ମହିଳା ହାତ ମିଳାଇଲେ ଅପରାଧ ବିବେଚନା କରାଯାଏ। ହେଲେ ପୌଷ୍ୟ କନ୍ୟାକୁ ବିବାହ କରିବା ଲାଗି ପିତାକୁ ଅନୁମତି ମିଳେ। ୨୦୧୩ ମସିହାରେ ଗୃହୀତ ଆଇନରେ ପୌଷ୍ୟ କନ୍ୟାଙ୍କୁ ବିବାହ ଲାଗି ପାଳିତ ପିତାଙ୍କୁ ଅନୁମତି ଦିଆଯାଇଛି। ତେବେ ଏଥିପାଇଁ ଏକ ସର୍ତ୍ତ ହେଲା ଝିଅର ବୟସ ଯେପରି ୧୩ରୁ କମ ହୋଇ ନଥିବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେଉଁ ଦେଶରେ ମହିଳାଙ୍କ ଟାଇଟ୍ ଫିଟିଂ ପୋଷାକକୁ ବିରୋଧ କରାଯାଏ। ସେଇ ଦେଶରେ ଝିଅକୁ ବିବାହ କରିବା ପାଇଁ ପିତାଙ୍କୁ ଅନୁମତି ଦିଆଯାଉଛି କିପରି ? ଏପରି ବିଚିତ୍ର ନିୟମ ରହିଥିବା ଇରାନକୁ ବିଶ୍ୱର ପ୍ରଥମ ଦେଶ ବୋଲି କୁହାଯାଇପାରେ।

ମତାମତ ଦିଅନ୍ତୁ ।