Breaking News ବିଚିତ୍ରା

ପ୍ରେମ ମାନିଲାନି ବୟସ : ୨୦ ବର୍ଷ ଯୁବତୀଙ୍କ ହାତ ଧରିଲେ ୭୦ ବର୍ଷୀୟ ବୃଦ୍ଧ

ପ୍ରେମ ଅନ୍ଧ, ଶାଶ୍ୱତ, ଚିରନ୍ତନ। କୁହାଯାଏ ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ସମ୍ଭବ। ପ୍ରେମ ମାନେନି ବୟସ। ପ୍ରେମରେ କୌଣସି ବାଧାବନ୍ଧନ ନଥାଏ। ପ୍ରକୃତ ପ୍ରେମକୁ ପାଇବା ପାଇଁ ଲୋକେ ବହୁତ କିଛି କରିଥାନ୍ତି, ଆପଣ ହୁଏତ ନିଶ୍ଚିତ ଜାଣିଥିବେ। ଏମିତି ଏକ ଘଟଣା ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି।

ଥାଇଲ୍ୟାଣ୍ଡର କଫି କମ୍ପାନୀର ମୁଖ୍ୟ ୭୦ ବର୍ଷ ବୟସରେ ବିବାହ କରିଛନ୍ତି। ତାହା ପୁଣି ୨୦ ବର୍ଷୀୟ ଜଣେ ଯୁବତୀଙ୍କ ସହିତ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ବର କନ୍ୟା ମଧ୍ୟରେ ୫୦ ବର୍ଷର ଅନ୍ତର। ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ଏହି ବିବାହ ବେଶ୍‌ ରାଜକୀୟ ଅନ୍ଦାଜରେ ସମ୍ପନ୍ନ ହୋଇଛି। ବିବାହର ଫଟୋକୁ ଖୋଦ ନିଜେ ବର ଖାଓ ସୋଙ୍ଗଙ୍କ ଅନ୍ତରଙ୍ଗ ବନ୍ଧୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହୋଇଥିଲା। ଏହା ତାଙ୍କର ପ୍ରଥମ ବିବାହ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ବିବାହରେ ବରକୁ ପାଖାପାଖି ୫ କୋଟି ଟଙ୍କରୀ ଯୌତୁକ ମଧ୍ୟ ମିଳିଛି।

ଯାହାକୁ ନେଇ ଖାଓ କହିଛନ୍ତି, ସେ ଉପଯୁକ୍ତ ସମୟ ଏବଂ ଧର୍ମପତ୍ନୀ ପାଇଁ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଠିକ୍‌ ସମୟ ଆସିବାରୁ ନିଜ ବିବାହ କରିଥିଲେ। ବିବାହ ପାଇଁ ବୃଦ୍ଧ ଜଣକ ଅନେକ ପ୍ରସ୍ତୁତି କରିଥିଲେ। ବିବାହ କରିଥିବା ଯୁବତୀଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ମତାମତ ଦିଅନ୍ତୁ ।