ଅମରଙ୍କୁ ଏକାକରି ଚାଲିଗଲା ଅଙ୍କୁର

ଭୁବନେଶ୍ୱର : ଦ୍ରୁତଗତିରେ ଗତିରେ ଗାଡି ଚାଳନା ସବୁବେଳେ ବିପଦ। ଯାହା କଟକ ତେଲେଙ୍ଗାପେଣ୍ଠରେ ଘଟିଥିବା ସଡ଼କ ଦୁର୍ଘଟଣାରୁ ଦେଖିବାକୁ ମିଳିଛି। ଅତ୍ୟାଧୁନିକ ଜାଗୁଆର୍ କାର୍ ସୁରକ୍ଷା ଦେଇପାରିନି। ଦୁର୍ଘଟଣାରେ ଚାଲିଯାଇଛି ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅଙ୍କ ସହ ୩ ଜଣଙ୍କ ଜୀବନ। ପୂର୍ବରୁ ସଡ଼କ ଦୁର୍ଘଟଣାରେ ଅମର ପତ୍ନୀଙ୍କୁ ହରାଇଥିଲେ। ଏବେ ସେଇ ଦୁର୍ଘଟଣା ପୁଅ ଆର ପାରିକୁ ଚାଲିଗଲା।

ଭାଗ୍ୟର ବିଡ଼ମ୍ବନା କିମ୍ବା ବିଧିର ବିଧାନ ହେଉ ସଡ଼କ ଦୁର୍ଘଟଣାରେ ପତ୍ନୀ ଚାଲିଯାଇଥିଲେ। ସେଇ ଦୁର୍ଘଟଣାରେ ଏକମାତ୍ର ପୁଅର ଜୀବନ ଯାଇଛି। କିଛି ଦିନ ତଳେ ପୁଅର ନିର୍ବନ୍ଧ ସରିଥିଲା। ଦିନ କେଇଟା ପରେ ହୋଇଥାନ୍ତା ବାହାଘର। କିନ୍ତୁ ତାହା ତାଙ୍କ ଭାଗ୍ୟରେ ଜୁଟିଲାନି। ଆଜି ଅମରଙ୍କ ପାଖରେ କେହି ନାହିଁ। ସେ ହୋଯାଇଛନ୍ତି ଏକା। ୩୧ ବର୍ଷିୟ ଅଙ୍କୁର ତାଙ୍କୁ ଛାଡି ଚାଲିଯାଇଛି।

କଟକରେ ଖିଆପିଆ ସାରି ସମୟ ରାତି ପ୍ରାୟ ୨ଟା ୧୪ ମିନିଟରେ ଜାଗୁଆର କାରରେ ଭୁବନେଶ୍ୱର ଫେରୁଥିଲେ ଅଙ୍କୁର। ସାଙ୍ଗରେ ଦୁଇ ସାଙ୍ଗ। ଦ୍ରୁତଗତିରେ ଫେରୁଥିବା ବେଳେ କଟକ ତେଲେଙ୍ଗାପେଣ୍ଠ ନିକଟରେ ଘଟିଲା ଦୁର୍ଘଟଣା। ସିସିଟିଭି ଫୁଟେଜ୍ ସୂଚାଉଛି କାରଟି ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ଆଉ ଖସିପଡ଼ିଲା କେନାଲକୁ। ଅତ୍ୟାଧୁନିକ କାରର ଏୟାରବ୍ୟାଗ୍ ଫାଟିଯିବାରୁ ଅଙ୍କୁର, ସାଙ୍ଗ ପରମିତ୍ ଓ କଟକ ଗୋପାଳପୁର ଗୌତମ ଦାସଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।