ଅମିତ ଶାହ ଦଳର ନିୟମ ବଦଳାଇଛନ୍ତି : ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସରକାରଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ସେ କହିଛନ୍ତି ଦଳ ଯଦି ପ୍ରସଙ୍ଗରୁ ବାହାରକୁ ଯାଏ ତେବେ ସେ ଖୋଲାଖୋଲି ସମାଲୋଚନା କରିବେ।

ଅମିତ ଶାହଙ୍କୁ ଟାର୍ଗେଟ କରି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଗଡ଼କରୀ ଓ ରାଜନାଥ ଦଳର ସଭାପତି ଥିବାବେଳେ ବିଭିନ୍ନ ପ୍ରସଙ୍ଗ ପାର୍ଟି ଫୋରମରେ ଆଲୋଚନା ହେଉଥିଲା। କିନ୍ତୁ ଅମିତ ଶାହ ଦଳର ନୀତି ବଦଳାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାବତଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସେ କହିଛନ୍ତି ତିରଥ ସିଂହ ତାଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ ଏକ ବଡ଼ ନିଷ୍ପତ୍ତିକୁ ବଦଳାଇଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ ଧାମ ସମେତ ୫୧ ମନ୍ଦିରରୁ ସରକାରୀ କର୍ତ୍ତୃତ୍ୱ ପ୍ରତ୍ୟାହାର କରିନେବେ ତିରଥ ସିଂହ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଦେଶର ଅନ୍ୟ ଦଳଙ୍କ ଅପେକ୍ଷା ବିଜେପିର ଭବିଷ୍ୟତ ସୁରକ୍ଷିତ ବୋଲି ସ୍ୱାମୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button