ଅମିତାଭ ଓ ଅଭିଷେକଙ୍କୁ କରୋନା

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ୍ ଓ ତାଙ୍କ ପୁତ୍ର ଅଭିଷେକ କରୋନା ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। କରୋନା ଆକ୍ରାନ୍ତ ହେବାପରେ ଉଭୟ ଟୁଇଟ୍ କରି ସୂଚନା ଦେଇଥିଲେ। ଅମିତାଭଙ୍କ ସ୍ତ୍ରୀ ତଥା ଅଭିଷେକଙ୍କ ମା’ ଜୟା ବଚ୍ଚନଙ୍କ ନମୁନା କିନ୍ତୁ ନେଗେଟିଭ ଆସିଥିବା ବେଳେ ଐଶ୍ୱର୍ଯ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇନଥିବା ଜଣାପଡିଛି।  

ଅଭିଷେକ ଟୁଇଟ୍ କରି କହିଛନ୍ତି, ମୁଁ ଏବଂ ମୋର ବାପା ଉଭୟ କରୋନା ପରୀକ୍ଷା କରିଥିଲୁ ଏବଂ ଆମେ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇଛୁ। ଆମ ଦୁଇ ଜଣଙ୍କ ଠାରେ ରୋଗର ସାମାନ୍ୟ ଲକ୍ଷଣ ଦେଖା ଦେଇଛି ଓ ଆମେ ଡାକ୍ତରଖାନାରେ ଭର୍ତ୍ତି ହୋଇଛୁ। ଆମେ ନିୟମ ଅନୁଯାୟୀ ସରକାରୀ ଅଧିକାରୀଙ୍କୁ ସୂଚିତ କରିଦେଇଛୁ। ଆମ ପରିବାରର ସଦସ୍ୟ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସମସ୍ତେ ଶାନ୍ତ ରୁହନ୍ତୁ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ। 

 ଏହି ଘଟଣାର କିଛି ସମୟ ପୂର୍ବରୁ  ଅମିତାଭ ବଚ୍ଚନ ନିଜେ ଟୁଇଟ୍ କରି କହିଥିଲେ, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି.. ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି … ଡାକ୍ତରଖାନା ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଉଛି …ମୋ ପରିବାରବର୍ଗ ଏବଂ କର୍ମଚାରୀମାନେ ପରୀକ୍ଷା ଲାଗି ନମୁନା ଦେଇଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି .. ଗତ ୧୦ ଦିନ ମଧ୍ୟରେ ମୋ ନିକଟତର ଥିବା ସମସ୍ତଙ୍କୁ ଅନୁରୋଧ କରାଯାଉଛି ଦୟାକରି ସେମାନେ ନିଜେ ପରୀକ୍ଷା କରାଇ ନିଅନ୍ତୁ।

ମତାମତ ଦିଅନ୍ତୁ ।