Breaking Newsମନୋରଞ୍ଜନ

ଅମିତାଭ ବଚ୍ଚନ ସୁସ୍ଥହେଲେ

ମୁମ୍ୱାଇ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରୁ ଘରକୁ ପଠାଇ ଦିଆଯାଇଛି। ଟୁଇଟର୍‌ରେ ଏହି ସୂଚନା ଦେଇଛନ୍ତି ପୁଅ ଅଭିଷେକ ବଚ୍ଚନ। ସେ ଲେଖିଛନ୍ତି ଆଶ୍ଵସ୍ତିର କଥା ସଦ୍ୟତମ କରୋନା ପରୀକ୍ଷାରେ ମୋ ବାପାଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ ତାଙ୍କୁ ଡାକ୍ତରଖାନାରୁ ବିଦା କରାଯାଇଛି। ସେ ଘରେ ଅବସ୍ଥାନ କରି ବିଶ୍ରାମ ନେବେ। ତାଙ୍କ ପାଇଁ ପ୍ରାର୍ଥନା ଓ ଶୁଭେଚ୍ଛା ଜ୍ଞାପନ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।

ସୂଚନାଯୋଗ୍ୟ ଜୁଲାଇ ୧୧ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ଅମିତାଭଙ୍କ ବ୍ୟତୀତ ପୁଅ ଅଭିଷେକ, ବୋହୂ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ବୋହୂ ଓ ନାତୁଣୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅଭିଷେକଙ୍କ ରିପୋର୍ଟ ସମ୍ପର୍କରେ କୌଣସି ଖବର ଆସିନାହିଁ।

ମତାମତ ଦିଅନ୍ତୁ ।

Back to top button