ମସଜିଦ୍’ରେ ବିସ୍ଫୋରଣ ଘଟି ୩୦ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ : ଆଫଗାନିସ୍ତାନର ଏକ ମସ୍‌ଜିଦରେ ବୋମା ତିଆରି କଳା ଶିଖୁଥିବା ବେଳେ ଘଟିଲା ବେସ୍ଫୋରଣ। ବିସ୍ଫୋରଣରେ ୩୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ୬ ବିଦେଶୀ ଏବଂ ୩୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ବିଦେଶୀ ଆତଙ୍କବାଦୀ ବାରୁଦ ସୁଡ଼ଙ୍ଗ ତିଆରି କରିବା ବିଶେଷଜ୍ଞ ଥିଲେ । ଶନିବାର ଦିନ ଏମାନେ ଅନ୍ୟ ଆତଙ୍କବାଦୀଙ୍କୁ ବୋମା ତିଆରି କରିବାକର କୌଶଳ ଶିଖାଉଥିଲେ। ଏହି ବିସ୍ଫୋରଣ ବାଲ୍ଫ ପ୍ରାନ୍ତର ଦୌଲତାବାଦ ଜିଲ୍ଲା କୁଲତାକ ଗାଁ​ରେ ଘଟିଛି ବୋଲି କୁହାଯାଉଛି। ୬ ଜଣ ବିଦେଶୀଙ୍କ ପରିଚୟ ମିଳିପାରି ନାହିଁ। ଖମ୍ମା ପ୍ରେସର ରିପୋର୍ଟ ଅନୁସାରେ ତାଲିବାନୀ ଆତଙ୍କବାଦୀ ମସଜିଦ୍‌ ଭିତରେ ଜମା ହୋଇ ବୋମା ଏବଂ ଆଇଇଡି ପ୍ରସ୍ତୁତ ପ୍ରଣାଣୀ ଶିଖୁଥିଲେ ସେତେବେଳେ ହିଁ ବିସ୍ଫୋରଣ ଘଟିଛି।

Leave a Reply

Your email address will not be published. Required fields are marked *

Back to top button