ଅନବିଧା ଟେକ୍‍ନୋଲୋଜିସ ପ୍ରଚଳନ କଲା ଆଇୱିୟର ପ୍ଲାଟଫର୍ମ-ଆଇମାଇଁଆଇ

ଭୁବନେଶ୍ୱର : ଅନବିଧା ଟେକ୍‍ନୋଲୋଜିସ ପ୍ରାଇଭେଟ ଲିମିଟେଡ ନିଜର ବହୁ ଆକାଂକ୍ଷିତ ଆଇୱିୟର ପ୍ଲାଟଫର୍ମ-ଆଇମାଇଁଆଇ ଭାରତରେ ଶୁଭାରମ୍ଭ କରିବାକୁ ଏହାର ପ୍ରତିଷ୍ଠାତା ଓ ବଛାବଛା ଏଚଏନଆଇମାନଙ୍କ ଜରିଆରେ ୧.୫ ନିୟୁତ ଡଲାରରୁ ଅଧିକ (୧୦ କୋଟି ଟଙ୍କା) ମୂଳଧନ ପାଣ୍ଠି ଆକାରରେ ସଂଗ୍ରହ କରିଛି। ଆଇୱିୟର ବଜାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ଲକ୍ଷ୍ୟରେ ଆଇମାଇଁଆଇ ଅନବିଧା ଟେକ୍‍ନୋଲୋଜିସ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଓ ସିଇଓ ଗଣେଶ ଆୟାରଙ୍କ ମାର୍ଗଦର୍ଶନ ଅଧୀନରେ ପ୍ରଚଳନ କରାଯାଇଛି। ସଂଗ୍ରହ କରାଯାଇଥିବା ପାଣ୍ଠିକୁ ବ୍ୟବସାୟ ସଂପ୍ରସାରଣ ଏବଂ ଭାରତରେ ଏକ ଶକ୍ତିଶାଳୀ ଓ ଭରସାଯୋଗ୍ୟ ଓମ୍‍ନି ଚାନେଲ ପ୍ଲାଟଫର୍ମ ନିର୍ମାଣ ଦିଗରେ ବିନିଯୋଗ କରାଯିବ।

‘ମେଡ ଇନ୍ ଇଣ୍ଡିଆ’ ଉତ୍ପାଦଗୁଡିକ ସହିତ ଆଇମାଇଁଆଇ ନିଜସ୍ୱ ବିବିଧ ରେଞ୍ଜ୍‍ର ସମ୍ଭାର ସହିତ ଆନ୍ତର୍ଜାତିକ ବ୍ରାଣ୍ଡ୍‍ଗୁଡିକ ଯୋଗାଇ ଦେଉଛି। ପୁରୁଷ, ମହିଳା ଓ ବୟସ୍କଙ୍କ ପାଇଁ ଫ୍ୟାଶନେବଲ ଡିଜାଇନ ସହିତ ଯୁବବର୍ଗଙ୍କ ପାଇଁ ଷ୍ଟାଇଲିଶ ବର୍ଗ ଏବଂ ପିଲାଙ୍କ ପାଇଁ ଅନୁରୂପ ଚଷମା ଓ ସନଗ୍ଲାସ ଏହା ଉପଲବ୍ଧ କରାଉଛି। ଗୁରୁଗ୍ରାମରେ ବ୍ରାଣ୍ଡ୍‍ର ୭୦,୦୦୦ ବର୍ଗଫୁଟର ଗୋଦାମ ତଥା କାର୍ଯ୍ୟାଳୟ ରହିଥିବାବେଳେ ଏହା ଦିନକୁ ୫୦୦୦ରୁ ଅଧିକ ଅର୍ଡର ଯୋଗାଇବା କ୍ଷମତା ରଖିଛି ଏବଂ ଏହାର ୧୫୦ରୁ ଅଧିକ ମଜଭୁତ ଲୋକଶକ୍ତି ସେମାନଙ୍କ କାର୍ଯ୍ୟରେ ବିପୁଳ ଜ୍ଞାନ ଓ ଅଭିଜ୍ଞତାକୁ ଉପଯୋଗ କରି ଆଇମାଇଁଆଇକୁ ସଫଳତା ହାସଲ ଦିଗରେ ଅଗ୍ରସର କରାଉଛନ୍ତି।

ଶୁଭାରମ୍ଭ ଅବସରରେ ପ୍ରକାଶ କରି ଅନବିଧା ଟେକ୍‍ନୋଲୋଜିସ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଓ ସିଇଓ ଗଣେଶ ଆୟାର କହିଛନ୍ତି “ଆଇମାଇଁଆଇର ଶୁଭାରମ୍ଭ ଆମପାଇଁ ଏକ ବିରାଟ କାର୍ଯ୍ୟକାରିତାଗତ ମାଇଲଖୁଣ୍ଟ ହୋଇଛି। ଏହାର ଟିମ୍‍ ମହାମାରୀ ସମୟରେ ସର୍ବଭାରତୀୟ ସ୍ତରରେ ଏହାର ଶୁଭାରମ୍ଭ କରିଛନ୍ତି, ଯାହା ଅଧିକ ପ୍ରଶଂସନୀୟ । ଆରମ୍ଭ ଦିନରେ ସର୍ବନିମ୍ନ ବ୍ୟବସାୟିକ ପ୍ରୟାସ ସତ୍ତ୍ୱେ ଆମେ ୬୩୦୦ରୁ ଅଧିକ ଗ୍ରାହକ ନାମ ଲିପିବଦ୍ଧ କରାଇବା ସହିତ ୫୦୦ରୁ ଅଧିକ ଅର୍ଡର ମିଳିଛି । ସଂପ୍ରତି ଆମ ପାଖକୁ ପ୍ରତିଦିନ ୩୦୦ରୁ ଅଧିକ ଅର୍ଡର ଆସୁଛି, ଯାହାଉତ୍ସାହପ୍ରଦ ହୋଇଛି । ଏହି ସଂଖ୍ୟା ଏକ ମହାନ ଗୋଷ୍ଠୀଗତ କାର୍ଯ୍ୟ ଏବଂ ସହବନ୍ଧନର ନିଦର୍ଶନ ଏବଂ ଏଥିରେ ଅଭିବୃଦ୍ଧି ଘଟିଚାଲିବାକୁ ଆମେ ଆଗ୍ରହର ସହିତ ଅପେକ୍ଷା କରିଛୁ । ଆମେ ଆମ ଗ୍ରାହକଙ୍କୁ ଚଷମା କିଣିବାର ଅତୁଳନୀୟ ଅନୁଭୂତି ପ୍ରଦାନ ସହିତ ଉନ୍ନତ୍ତତର ସେବା ଯୋଗାଇବାକୁ ପ୍ରତିବଦ୍ଧ ରହିଛୁ।” ଏହାର ଇ-କମର୍ସ ପ୍ଲାଟଫର୍ମର ଉନ୍ନୋଚନ ସହିତ ଏହି ବ୍ରାଣ୍ଡ୍‍ ପକ୍ଷରୁ ସନ୍‍ଗ୍ଲାସ, କଂଟାକ୍ସ ଲେନ୍ସ, କଂପ୍ୟୁଟର ଚଷମା, ପାୱାର ସନ୍‍ଗ୍ଲାସ ସହିତ କଲର୍‍ ବ୍ଲାଇଣ୍ଡ ଗ୍ଲାସ, କଲର ଚେଞ୍ଜିଂ ଫ୍ରେମ୍‍, ରିଡିଂ ଗ୍ଲାସ ଭଳି ବିବିଧ ପ୍ରକାର ଟ୍ରେଣ୍ଡି ଚଷମା ଉନ୍ନୋଚନ କରାଯାଇଛି । ତାହାସହିତ ଏହା ଯୋଗାଇ ଦେଉଥିବା ବହୁବିଧ ରେଞ୍ଜ୍‍ର ଲେନ୍ସ ବିକଳ୍ପ ମଧ୍ୟରେ ସିଙ୍ଗଲ ଭିଜନ ଲେନ୍ସ, ବାଇଫୋକାଲ ଏବଂ ପ୍ରୋଗ୍ରେସିଭ, ଜିରୋ ପାୱାର ଗ୍ଲାସ, ସ୍ମାର୍ଟ ‘ଆଟ୍‍ ହୋମ, ଅନ୍‍ ସ୍କ୍ରିନ’ ପାଇଁ ଡିଜିଟାଲ ସ୍କ୍ରିନ ପ୍ରୋଟେକ୍ସନ ଆଇଗ୍ଲାସ ଆଦି ଉପଲବ୍ଧ କରାଉଛି । ଆଇମାଇଁଆଇ ମଧ୍ୟ ରେ-ବାନ୍‍, ଓକ୍‍ଲେ, ଭୋଗ୍‍, ବଶ୍‍ ଆଣ୍ଡ ଲୋମ୍ବ ଏବଂ ଆଲ୍‍କନ ଭଳି ଅନେକ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ରାଣ୍ଡ୍‍କୁ ସ୍ଥାନ ଦେଇଛି।

ଏହି ବ୍ରାଣ୍ଡ୍‍ ମଧ୍ୟ ନିଜର ଶୁଭାରମ୍ଭ ସଂପର୍କରେ ଜଣାଇବାକୁ ଏକ ଆକର୍ଷଣୀୟ ଡିଜିଟାଲ ପ୍ରଚାର ଅଭିଯାନ ‘ଗେଟ୍ ରେଡି ଫର୍ ୟୋର ମୋମେଂଟ ଅଫ୍ କ୍ଲାରିଟି’ ଆରମ୍ଭ କରିବ । ଏହି ପ୍ରଚାର ଅଭିଯାନକୁ ବିଜ୍ଞତାର ସହିତ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ଯୋଗାଯୋଗ ସମେତ ବହୁବିଧ ଗଣମାଧ୍ୟମରେ ପ୍ରସାର କରାଯିବ। ଆଇମାଇଁଆଇ ସଂପ୍ରତି ଗ୍ରାହକଙ୍କ ପାଇଁ ଚଳିତ ମୌସୁମୀ ଋତୁରେ ଏକ ଅଫର ଯୋଗାଇ ଦେଉଛି । ଏଥିରେ ଗ୍ରାହକମାନେ ପ୍ରଥମ ଯୋଡା ଚଷମା/ସନ୍‍ଗ୍ଲାସ ମାଗଣାରେ ପାଇପାରିବେ । ଗ୍ରାହକ ସ୍ୱତନ୍ତ୍ର କୁପନ କୋଡ୍‍ ‘ଲଂଚ’କୁ ବ୍ୟବହାର କରି ଏହି ମାଗଣା ଯୋଡା ପାଇପାରିବେ । ଆଇମାଇଁଆଇ ମଧ୍ୟ ଏକ ସ୍ୱତନ୍ତ୍ର ଭର୍ଚୁଆଲ ୱାଲେଟ ‘ଇଏମ୍‍ଇକ୍ୟାଶ୍‍’ ପ୍ରଚଳନ କରିଛି ଯାହା ଗ୍ରାହକଙ୍କୁ ଅର୍ଡର ବାବଦ ଅର୍ଥର ୧୦୦% ପର୍ଯ୍ୟନ୍ତ ସଞ୍ଚୟ କରିବା ସୁଯୋଗ ଯୋଗାଇ ଦେଉଛି । ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟ ଏବଂ କୌଣସି ଗୋପନୀୟ ଚାର୍ଜ ନଥିବାରୁ ଆଇମାଇଁଆଇ ଚଷମା ଗ୍ରାହକଙ୍କ ପାଇଁ ଏକ ଭରସାଯୋଗ୍ୟ ପ୍ଲାଟଫର୍ମ ହୋଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.