ଅନୈତିକ ସଂମ୍ପର୍କ: କକାକୁ ହତ୍ୟାକଲା ପୁତୁରା

କେନ୍ଦୁଝର : ଅନୈତିକ ସଂମ୍ପର୍କ ପାଇଁ କକାର ଜୀବନ ନେଲା ପୁତୁରା। ଏଭଳି ଘଟଣା କେନ୍ଦୁଝର ନୟାକୋଟ ଥାନା ଫୁଲଝର ଗାଁରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ମଙ୍ଗଳବାର ରାତିରେ ଫୁଲଝର ଗାଁର ଗଣେଶ୍ୱର ଖୁଣ୍ଟିଆ ପ୍ରଚୁର ମଦ ପିଇ ବଡ ଭାଇ ଦୁଶାସନ ଘରକୁ ଯାଇଥିଲା। ଦୁଶାସନ ଘରେ ନଥିବାରୁ ଭାଉଜ ସହ ରଖିଥିଲା ଅନୈତିକ ସଂମ୍ପର୍କ। କିନ୍ତୁ ଏହି ଘଟଣା ଦେଖି ପୁତୁରା ଦେବାଶିଷ ଏକ ଧାରୁଆ ଅସ୍ତ୍ରରେ ଗଣେଶ୍ଵରକୁ ବିଭତ୍ସ ଭାବେ ହତ୍ୟା କରିଛି। ଖବର ପାଇ ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ମା ଓ ପୁଅକୁ ଅଟକ ରଖିଛି।

ଲୋକେ କହୁଛନ୍ତି ଗଣେଶ୍ଵର ସବୁବେଳେ ମଦପିଇ ଗାଁରେ ଝଗଡା କରିବା ସହ ଅସାମାଜିକ କାମରେ ଲିପ୍ତ ରହିଥାଏ। ଏପରିକି ସ୍ତ୍ରୀକୁ ସବୁବେଳେ ପିଟାମରା କରିବାରୁ ସେ ଛାଡି ପଳାଇଲା। ଏହା ପରେ ଗଣେଶ୍ଵର ଦ୍ଵିତୀୟ ବିବାହ କରିଥିଲା। ସେ ମଧ୍ୟ ନିର୍ଯାତନ ସହିନପାରି ପଳାଇଛି। ତେବେ ପୋଲିସ ତଦନ୍ତରୁ ଜଣା ପଡିଛି ଦ୍ଵିତୀୟ ସ୍ତ୍ରୀ ଛାଡି ଚାଲିଯିବା ପରେ ଗଣେଶ୍ଵରର ଭାଉଜ ସହ ସଂମ୍ପର୍କ ଗଢି ଉଠିଥିଲା। କିଛିମାସ ପୂର୍ବରୁ ଭାଉଜକୁ ନେଇ ସେ କେଉଁଆଡେ ପଳାଇଥିଲା। ଏହି ଘଟଣା ପରେ ଦୁଶାସନଙ୍କ ପରିବାର ଗଣେଶ୍ଵର ଠାରୁ ଅଲଗା ସେହି ଗାଁରେ ରହୁଥିଲେ। ଗତକାଲି ଦୁଶାସନ ଘରେ ନଥିବା ସୁଯୋଗ ନେଇ ଗଣେଶ୍ଵର ଭାଇ ଘରକୁ ଯାଇ ଭାଉଜ ସହ ସମ୍ପର୍କ ରଖିବା ସମୟରେ ପୁତୁରା ହାବୁଡରେ ପଡିଯାଇଥିଲା। ଘଟଣାର ତଦନ୍ତ ଚାଲିଛି। ଆହୁରି ଅଧିକ ତଥ୍ୟା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ମତାମତ ଦିଅନ୍ତୁ ।