ଅନୈତିକ ସମ୍ପର୍କ ସନ୍ଦେହରେ ବାପକୁ ହାତୁଡ଼ିରେ ପିଟି ହତ୍ୟା

ନୂଆଦିଲ୍ଲୀ : ବାପାକୁ ହାତୁଡ଼ିରେ ପିଟି ହତ୍ୟା କରିଛି ପୁଅ। ଦୀପାବଳି ଦିନ ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର-ବୋହୂ ମଧ୍ୟରେ ଅନୈତିକ ସମ୍ପର୍କ ସନ୍ଦେହରେ ଏଭଳି କାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ହାତୁଡ଼ିକୁ ଜବତ କରି ହତ୍ୟା ମାମଲା ରୁଜୁ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଦ୍ୱାରକା ଜିଲ୍ଲା ଉତ୍ତମ ନଗରର ଓମ ବିହାରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଦିଲୀପ। ସେ ତାଙ୍କ ଦୁଇ ପୁଅ ଓ ବୋହୂଙ୍କ ସହ ରହୁଥିଲେ। ବଡ ପୁଅ ଅଓ୍ୱଘେଶ ଜଣେ ଶ୍ରମିକ ହୋଇଥିବାବେଳେ କିଛି ଦିନ ହେବ ତାଙ୍କର କୌଣସି ବେରୋଜଗାର ନଥିଲା। ପୋଲିସର ସୂଚନା ହେଲା ଦିଲୀପଙ୍କୁ ସନ୍ଦେହ କରିବା ପରେ ବଡ ପୁଅ ଅଓ୍ୱଘେଶ ପତ୍ନୀକୁ ବାପଘରକୁ ପଠାଇ ଦେଇଥିଲେ। ଦିପାବଳୀରେ ତାଙ୍କ ସାନ ଭାଇ ମଧ୍ୟ ଘରୁ ବାହାରକୁ ଯାଇଥିଲା। ଏହି ସୁଯୋଗରେ ସେ ବାପାକୁ ହତ୍ୟା କରିଥିଲେ।

ମତାମତ ଦିଅନ୍ତୁ ।