ଅନଲାଇନ ପଞ୍ଜିକୃତଙ୍କୁ ମିଳିବ ପ୍ରଥମେ ଟିକା

ଭୁବନେଶ୍ୱର : ତତ୍କାଳ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କ ଠାରୁ ଅନଲାଇନରେ ସ୍ଲଟ ବୁକ କରିଥିବା ବ୍ୟକ୍ତିମାନଙ୍କୁ ଟିକାକରଣ କେନ୍ଦ୍ରରେ ଅଗ୍ରାଧିକାର ମିଳିବ। ସ୍ଲଟ ବୁକିଂକରି ଟିକାକରଣ କେନ୍ଦ୍ର ବାହାରେ ଧାଡ଼ିରେ ଛିଡ଼ା ହେଉଥିବା ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ସେହିପରି ୬୦ବର୍ଷରୁ ଅଧିକ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କୋଭିଡ୍ ଟିକା ନେବା ପାଇଁ ହସ୍ପିଟାଲ ଯିବାକୁ ପଡ଼ିବନି। ସେମାନଙ୍କ ଘର ପାଖରେ ପ୍ରଶାସନ ପକ୍ଷରୁ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲାଯିବ। ଯେଉଁଠି ସେମାନଙ୍କୁ କୋ-ୱିନ୍ ପୋର୍ଟାଲରେ ତତ୍କାଳ ପଞ୍ଜିକରଣ କରାଯାଇ ଟିକା ଦିଆଯିବ। ଏହାବ୍ୟତୀତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋଭିଡ୍ ଟିକାକରଣ କେନ୍ଦ୍ରକୁ ବାଦ୍ ଦେଇ ଅନ୍ୟ କୌଣସି ସ୍ଥାନରେ ଟିକା ଦିଆଗଲେ ତୁରନ୍ତ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆଜି ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button