ଅନର ଲାପ୍‌ଟପ୍ ଓ ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ଅନର ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କୁଶଳୀ ବ୍ରାଣ୍ଡ। ଯୁବକମାନଙ୍କ ପାଇଁ ଲାପଟପ୍ ସହିତ ସମସ୍ତଙ୍କୁ ସୁହାଇଲା ଭଳି ସ୍ମାର୍ଟ ଫୋନର ଆଜି ବଜାର ପ୍ରବେଶ କରାଇଛି କମ୍ପାନୀ। ସମସ୍ତ ବ୍ୟବହାରକାରୀଙ୍କୁ ଏହାର ମାଇକ୍ରୋସଫ୍ଟ ୩୬୫ ପର୍ସନାଲ ସବ୍‌କ୍ରିପ୍‌ସନ ବର୍ଗମାଳା ସହିତ ମାଗଣାରେ ଏକମାସ ପର୍ଯ୍ୟନ୍ତ ଟ୍ରାଏଲ ଆଧାରରେ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥିସହିତ ଅନର ଏହାର ସମସ୍ତଙ୍କୁ ସୁହାଇଲା ଭଳି ସ୍ମାର୍ଟ ଫୋନ ବର୍ଗ ଯଥା -ଅନର ୯ଏ ଓ ଅନର ୯ଏସ୍‌ର ଶୁଭାରମ୍ଭ କରିଛି। ଯାହାର ମୂଲ୍ୟ ୧୦,୦୦୦ ଟଙ୍କା ବଜେଟ ଭିତରେ ସୀମିତ ରଖାଯାଇଛି। ଅନରର ଏହି ଅଫର ଭାରତୀୟ ଉପଭୋକ୍ତାଙ୍କ ଆବଶ୍ୟକତାକୁ ନିଶ୍ଚିତ ଭାବରେ ପରିପୂରଣ କରିପାରିବ।

ବଜାର ପ୍ରବେଶ ଅବସରରେ ଅନର ଇଣ୍ଡିଆର ଅଧ୍ୟକ୍ଷ ଚାର୍ଲସ ପେଙ୍ଗ କହିଲେ ଭାରତରେ ବ୍ରାଣ୍ଡର ଏହି ଯାତ୍ରାରେ ଆମେ ଲାପଟପ୍ ଉପରେ ପାଦ ଥାପିଛୁ। ଗ୍ରାହକ ମାନଙ୍କର ଆବଶ୍ୟକତାକୁ ନେଇ ନୂତନ ଜ୍ଞାନ କୌଶଳ ପ୍ରୟୋଗକୁ ଅଧିକ ନଜର ରଖିଛୁ। ଆମ ଉପକରଣ ଗୁଡ଼ିକ ଆଜି ବିଶ୍ୱ ସ୍ତରରେ ସମସ୍ତଙ୍କ ପାଖରେ ଆଦୃତ ଲାଭ କରିଛି। ଆମର ବିଶ୍ୱାସ ଭାରତୀୟ ବଜାରରେ ଆମେ ସଫଳତା ହାସଲ କରିବୁ।

ସେହିପରି ପରିଚାଳନା ନିର୍ଦ୍ଦେଶକ ତଥା ସେଲସ୍ ଏଏମଡ଼ି ଇଣ୍ଡିଆ ବିନୟ ସିହ୍ନା କହିଲେ କାର୍ଯ୍ୟରତ ପେଷାଦାର ଓ ଛାତ୍ରଛାତ୍ରୀମାନେ ଆମ ଲାପ୍‌ଟପକୁ ଗୁରୁତ୍ୱ ଦେବେ। କାରଣ ଏହାର ବ୍ୟାଟେରୀ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ। ତେଣୁ ଏହା କାର୍ଯ୍ୟକ୍ଷେତ୍ର, ଶିକ୍ଷା ଓ ଆମୋଦ ପ୍ରମୋଦ ପାଇଁ ବିଶେଷ ଆଦୃତ ହୋଇପାରିବ।

ମତାମତ ଦିଅନ୍ତୁ ।