ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର : ବ୍ରହ୍ମପୁର ପୌର ପରିଷଦର ୯ ନମ୍ବର ୱାର୍ଡ ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢଉ ଚାଲିଥିବା ଜଣାପଡିଛି।

ଖବର ଅନୁଯାୟୀ ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଲକ୍ଷ୍ମୀ ନୃସିଂହ ନଗରସ୍ଥିତ ଦୁଇଟି ବାସଭବନ, ଗଣେଶ ନଗରର ଘର, ଭୁବନେଶ୍ଵରର ଦୁଇଟି ଆପାର୍ଟମେଣ୍ଟ ଓ ବ୍ରହ୍ମପୁରର ଦଳିଆ ଗଳିରେ ଥିବା ସଂପର୍କୀୟଙ୍କ ଘରେ ଚଢଉ ଚାଲିଛି। ତେବେ କେତେ ଟଙ୍କାର ସଂପତ୍ତି ଠାବ ହୋଇଛି ସେ ସମ୍ପର୍କରେ କୌଣସି ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯାଇନାହିଁ।

ମତାମତ ଦିଅନ୍ତୁ ।