ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ନିଯୋଜିତ ହୋଇଛନ୍ତି ଅଙ୍ଗନବାଡ଼ି ଓ ଆଶା କର୍ମୀ। ଏହି କରୋନା ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଡ୍ୟୁଟିରେ ଥାଇ କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ଭତ୍ତା ଦିଆଯିବ। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସଂପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଓ ଆଶା କର୍ମୀଙ୍କର ମୃତ୍ୟୁ ଘଟିଲେ ନିକଟ ସଂପର୍କୀୟଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା।
2020-07-17