କେନ୍ଦ୍ରାପଡା : ରାସ୍ତାରେ ମଦ ପିଇ ଉତ୍ପାତ କଲେ ଅଙ୍ଗନଓ୍ୱାଡି ଦିଦି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ମାନ ସମ୍ମାନ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଛନ୍ତି ଜଣେ ମହିଳା । ମଦ ପିଇ ମାତାଲ ହୋଇ ରାସ୍ତାରେ କରିଛନ୍ତି ଉତ୍ପାତ । ଏହାପରେ ବେହୋସ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଏଭଳି ଲଜ୍ୟାକର ଘଟଣା ରାଜକନିକା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ରାଜକନିକା ଅଞ୍ଚଳର ଜଣେ ଅଙ୍ଗନବାଡ଼ି ଦିଦି ମଦ୍ୟପାନ କରି ମାତାଲ ଅବସ୍ଥାରେ ରାସ୍ତାରେ ଉତ୍ପାତ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳମତି ଶିଶୁଙ୍କୁ ବୌଦ୍ଧିକ ସ୍ତରର ପ୍ରାଥମିକ ଶୈକ୍ଷିକ ବିକାଶକୁ ସ୍ପର୍ଶ ଦେବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥାଇ ମାତାଲ ହେବା କଥା ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

Back to top button