ପଞ୍ଚାୟତରେ ପିଇଓ ଓ ଜିଆରଏସଙ୍କୁ ଲୋକେ ତାଲା ପକାଇଲେ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିଡ଼ିଓଙ୍କ ନିକଟରେ ୱାର୍ଡମେମ୍ବରମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକେ ଜିଆରଏସ ଓ ପିଇଓଙ୍କୁ ତାଲା ପକାଇଥିବା ଜଣାପଡିଛି।
ଏହି ଉତ୍ତେଜନା ପରିସ୍ଥିତିକୁ ଦେଖି ଘଟଣା ସହକାରୀ ଯନ୍ତ୍ରୀ ଓ ଏପିଓ ପଳାଇଯାଇଥିଲେ। ତେବେ କୌଣସି ସମାଧାନ ନହେବାରୁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କୁ ତାଲା ପକାଇ ଦେଇଥିବା ବେଳେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

ମତାମତ ଦିଅନ୍ତୁ ।